ସାମ୍ବାଦିକଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଏକ ସାଂଗଠନିକ ବିଚାରଧାରା ସମ୍ପନ୍ନ ଓ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ନିଜର ପରିଚୟ ରଖିଥିବା ପ୍ରଭାକର ପଟ୍ଟନାୟକଙ୍କ ୫୧ବର୍ଷ ବୟସରେ ନିଜ ବାସଭବନରେ ରବିବାର ଭୋରରେ ପରଲୋକ ହୋଇଯାଇଛି । ଜୟପାଟଣା ସହରର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ଵ ଭାବରେ ନିଜର ପରିଚୟ ରଖିଥିବା ସ୍ୱର୍ଗତ ପଟ୍ଟନାୟକ ଛାତ୍ର ଅବସ୍ଥାରୁ ହିଁ ନିଜର ସାଂଗଠନିକ ପ୍ରତିଭା ବଳରେ ସମଗ୍ର ଅଂଚଳରେ ପରିଚୟ ରଖିଥିଲେ । ରବିବାର ଭୋରରୁ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଛି । ଓଡ଼ିଶା ସାମ୍ବାଦିକ ସଂଘର ସେ କଳାହାଣ୍ଡି ଜିଲ୍ଲା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଅଂଚଳରୁ ଲୋକେ ଶେଷ ଦର୍ଶନ ପାଇଁ ଆସୁଥିବା ସୂଚନା ମିଳିଛି । ଅପରାହ୍ନ ଦୁଇଟା ବେଳେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ଦିବଂଗତଙ୍କ ପାଇଁ ଜୟପାଟଣା ସାମ୍ବାଦିକ ସଂଘ ଶ୍ରଦ୍ଧାଞ୍ଜଳି ଦେବା ସହିତ ଆମର ଆତ୍ମାର ସଦ୍‌ଗତି କାମନା କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ।

Leave A Reply

Your email address will not be published.