ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ ଶସକ୍ତ ପରିବାର କର୍ୟ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍କାନିଂ ମାଧ୍ୟମରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପୃଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ପରେ ସଭାକାର୍ୟ୍ୟ ଆରମ୍ଭ କରାଯାଇ ମହିଳା ମାନଙ୍କର ସ୍ବାସ୍ଥ୍ୟର ଉନ୍ନତି କଳ୍ପେ ଆଲୋଚନା ମାନ କରାଯାଇ ଥିଲା ଉକ୍ତ କାର୍ୟ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ, ସାଂସଦ ପ୍ରତିନିଧି, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିଏମଓ, ସମାଜସେବୀ ଓ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ତ କର୍ମଚାରୀ ସହଯୋଗ କରିବା ସହିତ ଡାକ୍ତର ଅଭିସାର ପଣ୍ଡା ମଂଚ ପରିଚାଳନା କରିଥିଲେ ।