jsm

ସ୍କନ୍ଧମାତା ବେଶରେ ଧରାପୃଷ୍ଠରେ ଅବତରଣ କଲେ ମା’ ଦୁର୍ଗା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ବଡ଼ବନ୍ଧ ପାଖରେ ଥିବା ବନଦୁର୍ଗା ମନ୍ଦିର ଠାରେ ଆଜି ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ନବରାତ୍ରର ପଞ୍ଚମ ଦିନରେ ଦେବୀ ଦୁର୍ଗା ସ୍କନ୍ଧମାତା ବେଶରେ ଧରାପୃଷ୍ଠରେ ଅବତରଣ କରି ପୂଜା ପାଉଛନ୍ତି । ସର୍ବପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରି ବନଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିଥିଲେ । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୂପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ଆଜି ଦେବୀ ଦୁର୍ଗା ପଞ୍ଚମ ଦିନରେ ସ୍କନ୍ଧମାତା ବେଶରେ ଭକ୍ତ ବତ୍ସଲଙ୍କୁ ଦର୍ଶନ ଦେଉଛନ୍ତି । ଦେବୀ ସ୍କନ୍ଧମାତା ସିଂହ ଉପରେ ବିରାଜମାନ କରିଥାନ୍ତି ଏବଂ ତାଙ୍କର ଚାରି ଗୋଟି ହାତ ଥାଏ । ତାଙ୍କର ଦୁଇଟି ହାତରେ ଦୁଇଟି ପଦ୍ମଫୁଲ ଧରିଥାନ୍ତି । ତାଙ୍କର ଗୋଟିଏ ହାତରେ ସେ ଶିଶୁ କାର୍ତ୍ତିକେୟଙ୍କୁ କୋଳରେ ଧରିଥାନ୍ତି । ତାଙ୍କର ଅନ୍ୟ ଏକ ହାତ ଅଭୟ ମୁଦ୍ରାରେ ଥାଏ । ଯାହା ଭକ୍ତ ମାନଙ୍କୁ ଭୟରୁ ମୁକ୍ତି ଦିଏ । ସେ ଶୁଭ୍ର ବର୍ଣ୍ଣର ହୋଇଥାନ୍ତି ଏବଂ ପ୍ରାୟତଃ ପଦ୍ମଫୁଲ ଉପରେ ବସିଥିବାର ଦେଖାଯାଏ । ଯେଉଁଥି ପାଇଁ ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ନବରାତ୍ରିର ପଞ୍ଚମ ଦିନରେ ସ୍କନ୍ଧମାତାଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ । ଭକ୍ତମାନେ ସଂସାରର ସମସ୍ତ ଦୁଃଖ ଓ କଷ୍ଟରୁ ମୁକ୍ତି ପାଇଥାନ୍ତି, ସ୍କନ୍ଧମାତାଙ୍କୁ ପୂଜା କଲେ ଶିଶୁ କାର୍ତ୍ତିକେୟଙ୍କର ମଧ୍ୟ ପୂଜା ହୋଇଥାଏ । ଯାହା ମାତା ଓ ପୁତ୍ର ଉଭୟଙ୍କ କୃପା ପ୍ରାପ୍ତ ହୁଏ । ସେ ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କୁ ପୂଜା କରୁଥିବା ଭକ୍ତମାନେ ଏକ ବିଶେଷ ତେଜ ଓ କାନ୍ତି ପ୍ରାପ୍ତ କରନ୍ତି । ଏହି ପୂଜା କରିବା ଦ୍ୱାରା ମୋକ୍ଷର ପଥ ସହଜ ହୋଇଥାଏ । ସ୍କନ୍ଧମାତାଙ୍କୁ ପୂଜା କରୁଥିବା ଭକ୍ତମାନେ ଏକାଗ୍ରତା ସହକାରେ ପୂଜା କରନ୍ତି ଏବଂ ସମସ୍ତ ସାମାଜିକ ବନ୍ଧନରୁ ମୁକ୍ତ ହେବା ପାଇଁ ପ୍ରାର୍ଥନା କରନ୍ତି । ସକାଳ ୭ଟାରେ ପୂଜା, ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ବନଦୁର୍ଗା ମନ୍ଦିରର ସଭାପତି ଡ଼ା. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ଶତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

yuvodaya
Leave A Reply

Your email address will not be published.