ଜି. ପି. ଆର୍‌. ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ ପାଳିତ

ସମ୍ବଲପୁର : ଜି. ପି. ଆର୍. ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ତରୁଣ କୁମାର ପୃଷେଠ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଆ ପ୍ରାଧ୍ୟାପକ ଅରୁଣ କୁମାର ବେହେରା ଯୋଗଦେଇ ସେବାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ମଞ୍ଚାସୀନ ଅତିଥି ଅଧ୍ୟାପକ ଟିକେଲାଲ ମେହେର, ଶିବ ଶଙ୍କର ମଲ୍ଲିକ ପ୍ରମୁଖ ଜାତୀୟ ସେବା ଯୋଜନା ଦିବସ ଉପରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଯୋଗୀନ୍ଦ୍ର ମୁଦୁଲି, ନରେଶ କିସାନ, ସଦାନନ୍ଦ ମରାଇ, ଦୀପକ ପଟେଲ, ଶ୍ରୀମତୀ ସ୍ମିତା ପଟେଲ, ଡଲି ନାୟକ, ହୋସିନା ପ୍ରିୟଦର୍ଶିନୀ, ବର୍ଷା ମୁଦୁଲି, ରିତାମଞ୍ଜରୀ ସାହୁ, ପୂଜା ବନଛୋର, ସୁକାନ୍ତି ତୂରୀ, ରୁଦ୍ର ପଟେଲ, ସନତ ସାହୁ, ରାଜେଶ୍ ମକର ଓ ଅନ୍ୟାନ୍ୟ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ତୁଳାରାମ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.