jsm

ଜିଲ୍ଲା ସ୍ତରୀୟ “ଆସ ସ୍କୁଲ ଯିବା” ପଦଯାତ୍ରା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ଅଭିଯାନ ଆୟୋଜିତ ଜିଲ୍ଲା ସ୍ତରୀୟ “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରସିଂହା ସ୍ଥିତ ନେତ୍ର ଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜରସିଂହା ସ୍ଥିତ ଖେଳ ପଡିଆ ଠାରେ ଶେଷ ହୋଇଥିଲା । ପଦଯାତ୍ରା ଆରମ୍ଭରେ ଦେଓଗାଁ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ର ଠାରେ ଦଶମ ଶ୍ରେଣୀରେ ୪ଜଣ ନାମ ଲେଖାଇଥିବା ଛାତ୍ର ବିକାଶ ମେହେର, ନାରାୟଣ ଜଗତ, ରମେଶ ମନହିରା ଓ ସୁବଳ ଭୁଏଙ୍କୁ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସମ୍ବର୍ଦ୍ଧିତ କରିଥିଲେ । ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନ ଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ବ୍ୟାପି ଅଭିଯାନ ହେଉଛି । “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାଗ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏଡିଇଓ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା, ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ମମତା ମହାଡ଼ିକ, ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀ ନମିତା ଭୋଇ, ପାଟଣାଗଡ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝି, ଜରାସିଂହା ନେତ୍ର ଭାନୁ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ଦଣ୍ଡସେନା, ପେଡାଗୋଜି ସଂଯୋଜିକା ମଧୁସ୍ମିତା ଦାଶ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସମିତି ସଭ୍ୟ ଅମିତ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ, ମମତା କୁମରା, ସ୍ଥାନୀୟ ସରପଞ୍ଚ କୁଶମଣୀ ମେହେର,ବିଦ୍ୟାଳୟ ଆଲୁମିନି ସଦସ୍ୟ ଲକ୍ଷ୍ମଣ ମେହେର, ସ୍କୁଲ ଏସ୍‌ଏମ୍‌ସି ସଭାପତି ମମତା ସୁନାଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷାପ୍ରେମୀ, ସ୍ଥାନୀୟ ନେତୃବୁନ୍ଦ ଓ ଗ୍ରାମବାସୀଙ୍କ ସମେତ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସ୍ଥାନୀୟ ଖେଳ ପଡିଆ ଠାରେ ବୃକ୍ଷରୋପଣ କରିଥିଲେ ।

yuvodaya
Leave A Reply

Your email address will not be published.