jsm

ଶ୍ରୀନରସିଂହ ପଣ୍ଡା ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ହିନ୍ଦୀ ସପ୍ତାହ ସେପ୍ଟେମ୍ବର ମାସ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ସର୍ବତ୍ର ପାଳନ କରାଯାଉଛି । ଏହି ଅବସରରେ ଭାଟକୁମରଡ଼ା ଶ୍ରୀନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ ହିନ୍ଦୁସ୍ଥାନରେ ସମସ୍ତ ରାଜ୍ୟରେ ଭାବ ଓ ଭାବନା ପ୍ରକାଶ କରିବା ପାଇଁ ରାଷ୍ଟ୍ର ଭାଷା ହିନ୍ଦୀ ସର୍ବତ୍ର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କାରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହିନ୍ଦୀ ଭାଷା ଅଧିକ ପ୍ରଚାରପ୍ରସାର ପାଇଁ ହିନ୍ଦୀ ଭାଷାରେ ଏକ ଛୋଟ କବିତା ସଂକଳନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଭଗବାନ ତ୍ରିପାଠୀ ହିନ୍ଦୀ ଭାଷାର ଇତିବୃତ୍ତି, ଏହାର ପ୍ରଚାର ପ୍ରସାର, ରାଜଭାଷାର ମାନ୍ୟତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରି ଜାତୀୟ ସଂହତି ସୁରକ୍ଷାରେ ହିନ୍ଦୀ ଭାଷାର ଅଧିକ ପ୍ରଚାର ହେଵା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗତ ଦଶମ ବୋର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ କୁସୁମ ବେହରାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ହିନ୍ଦୀ ଶିକ୍ଷକ ଅନ୍ତର୍ଯ୍ୟାମୀ ଗୌଡ଼ ସଭାକୁ ସଂଚାଳନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.