କାର୍ ଓ ଅଟୋ ଧକ୍କା, ୧୭ ଆହତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାସଗୋବିନ୍ଦପୁର-ଷ୍ଟେସନ ଅମର୍ଦ୍ଦା ରାଜ୍ୟ ରାଜପଥର ବାଙ୍କବଣ ନିକଟରେ ଏକ କାର ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଟୋ ଚାଳକ ଜାକିର ହୋସେନ, ଅଟୋ ଯାତ୍ରୀ ସୁମତୀ ବେହେରା, ପୁଷ୍ପାଞ୍ଜଳୀ ବେହେରା, ସାବିତ୍ରୀ ମୁଖୀ, ସୀମା ବେହେରା, କାଳି ମହାକୁଡ଼, ମୀନା ମୁଖୀ, ଶାନ୍ତି ବିଶ୍ୱାଳ, ଛବି ମୁଖୀ, ଗୀତା ଜେନା, ସୁଭଦ୍ରା ନାଏକ , ରୀତା ବେହେରା, ପ୍ରମିଳା ବିଶ୍ୱାଳ, ଝିଲି ବେହେରା, ଚୁମୁକି ମୁଖୀଙ୍କ ସହିତ କାରରେ ଥିବା କେନ୍ଦୁଝର ଟାଉନର ଆଲୋକ ସାହୁ, ଜ୍ୟୋତିପ୍ରକାଶ ମଲ୍ଲିକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.