ଜିଲ୍ଲା ପରିଷଦ ଓ ବ୍ଲକ ସଭାପତିଙ୍କୁ ନେଇ ବିଜେଡିର ସମନ୍ୱୟ ବୈଠକ

ଭବାନୀପାଟଣା : ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ଆଜି ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ସଭାପତିମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ରିଷଗାଁ ପାଖ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହେବା ପାଇଁ ଜିଲ୍ଲା ବିଜେଡି ସଭାପତି ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ବିଜେଡି ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ଟିକେଲାଲ ସାହୁ, ବଦ୍ରିନାରାୟଣ ପଟ୍ଟନାୟକ, ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ପିତବାସ ବେହେରା, ଶିବା ସାହୁ, ସମସ୍ତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.