ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଙ୍ଗୋମୁଣ୍ଡା ବ୍ଲକ ଛକ ରାସ୍ତାରେ ପାଇଥିବା ୨ ଲକ୍ଷ ଟଙ୍କାର ଚେକ ଫେରାଇ ମହାନତା ଦେଖାଇଲେ ଅଞ୍ଚଳର ଯୁବ ୨ ଗଣମାଧ୍ୟମ ପ୍ରତିନିଧି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଁରେଇ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଡୋଲାମଣି ଛୁରା ଅସାବଧାନତା ବଶତଃ ୨ଲକ୍ଷ୍ ଟଙ୍କାର ଚେକ ଖସେଇ ଦେଇଥିଲେ, ଯାହା ଦୀର୍ଘ ସମୟ ଧରି ରାସ୍ତାରେ ପଡି ଯାଇଥିଲା । ଏତିକି ସମୟରେ ସେହି ଅଞ୍ଚଳକୁ ଖବର ସଂଗ୍ରହ କରିବା ପାଇଁ କଣ୍ଟାବାଞ୍ଜି ଅଞ୍ଚଳର ୨ ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଓ ହୁଲେଶ୍ୱର ହଂସ ଯାଉଥିବା ବେଳେ ଚେକଟି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଚେକ୍କୁ ଆଣି ଡୋଲାମଣି ଛୁରାଙ୍କୁ ଫେରାଇଥିଲେ । ଚେକ ପାଇବା ପରେ ଡୋଲାମଣି ଖୁସିବ୍ୟକ୍ତ କରିଛନ୍ତି ।