csstore

ଆସନ୍ତା ୧୩ରେ ୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ଦ୍ଵାରା ଆୟୋଜିତ ମା’ ବାଟ ମଙ୍ଗଳା ୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଜଗଦା ସ୍ଥିତ ମା’ ବାଟ ମଙ୍ଗଳା ଶକ୍ତିପୀଠ ଠାରେ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୬ ଘଟିକାରୁ ଆରମ୍ଭ ହୋଇ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜଗଦା ନବଜୀବନ ମଣ୍ଡଳ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ଉପଦେଷ୍ଟା ତଥା ଅଧ୍ୟକ୍ଷତା କରୁଥିବା ସଂଜୀବ କୁମାର ମହାନ୍ତି ଓ ଅନ୍ୟ ଅଧିକାରୀମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ଅହୋରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ୬୦ରୁ ଅଧିକ କଳାକାର ଅଂଶଗ୍ରହଣ କରିବେ । ଯେଉଁଥିରେ ରାଜ୍ୟ ବାହାରୁ ୧୫ ଜଣ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ଜଣ ସମେତ ଆଞ୍ଚଳିକ କ୍ଷେତ୍ରରୁ ୩୦ ଜଣ କଳାକାର ସଂଗୀତ କ୍ଷେତ୍ରରେ ନିଜର ପାରିଦର୍ଶିତା ପ୍ରଦର୍ଶନ କରିବେ । ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଓ ଓଡିଶୀ ସଂଗୀତର ତ୍ରିବେଣୀ ସଂଗମରେ ଭୁବନେଶ୍ୱରର ପ୍ରସିଦ୍ଧ ମର୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ, ପୁରୀରୁ ଗୁରୁ ଜାମିନୀକାନ୍ତ ମିଶ୍ର, ଭୁବନେଶ୍ୱରରୁ ତାବଲା ବାଦକ କୁଳମଣି ସାହୁ, ପୁରୀରୁ ଓଡିଶୀ ଗାୟକ ଅଚ୍ୟୁତ ମହାରଣା, ବଲାଙ୍ଗିରରୁ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲେଶ୍ଵରରୁ ସନ୍ତୁର ବାଦକ ନନ୍ଦକିଶୋର ଦାସ, ସତ୍ୟଜିତ ମହାରଣା, ରାଉରକେଲାରୁ ପୁଲିନ ରାଉତରାୟ ଓ ବୀଣାପାଣି ରଥ, ମୁମ୍ବାଇରୁ ଘନଶ୍ୟାମ ଚାନ୍ଦ, କେରଳରୁ ସୁଶ୍ରୀ ରୀତାଂଶ୍ରୀ ଆୟାର, ନୂଆଦିଲ୍ଲୀରୁ କପିଲ କୁମାର, ଜତିନ ଦୟାଲ, ପୁନେରୁ ସୁଶ୍ରୀ ସନିକା କୁଲକର୍ଣ୍ଣି, କୋଲକାତାରୁ କମଲାକ୍ଷ ମୁଖାର୍ଜୀ, ସୁପ୍ରଭାତ ଭଟ୍ଟାଚାର୍ଯ୍ୟ, ଭୁବନେଶ୍ୱରରୁ ସୁଶ୍ରୀ ଶ୍ୟାମଳୀ ଲେଙ୍କା ଓ ସୌମ୍ୟରଞ୍ଜନ ଗାହାଣ, ମୁରଲୀଧର ସ୍ୱାଇଁ, ଦୀପକ ନାୟକ, ସୁଶ୍ରୀ ସୁଚିସ୍ମିତା ନନ୍ଦ, ରାଉରକେଲାରୁ ଫକୀର ଚରଣ ପତି, ଡା. ସୁଶାନ୍ତ କୁମାର ପାଣି, ପ୍ରଭାତୀ ଦାଶ, ଗଜରାଜ ମୋହିନୀ, ଗୁରୁ ପ୍ରଦୀପ କୁମାର ପଣ୍ଡା, ସୁପ୍ରିତ ପ୍ରିୟଦର୍ଶୀ ପଣ୍ଡା, ଜାମସେଦପୁରରୁ ଦେର୍ବାଘ୍ୟ ରାୟ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାକୁ ଥିବାବେଳେ ଓ ଭୁବନେଶ୍ୱରରୁ ଡ଼ଃ. ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିବେ ବୋଲି ଜଣାପଡିଛି । ସେହିପରି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଅନିଲ କେରକେଟା, ନାଟ୍ୟକାର ଡ଼ଃ. ସଞ୍ଜୟ ହାତୀ ଓ ମୁମ୍ବାଇର ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟର ସମ୍ପାଦକ ଜାମିନୀକାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡିଛି । ତେଣୁ ଏଭଳି କାର୍ଯ୍ୟକ୍ରମକୁ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ, ପ୍ରଭାତ କୁମାର ମହାନ୍ତି, ଡ଼ଃ ସୁଶାନ୍ତ ପାଣି, ସୁବୋଧ ଚନ୍ଦ୍ର ଲାକ୍ରା, ତ୍ରିଲୋଚନ ପରିଡା, ଧର୍ମାନନ୍ଦ ପୃଷ୍ଟି, ସ୍ୱର୍ଣ୍ଣରେଖା ମହନ୍ତ, ଭୋଳାନାଥ ମାଝୀ, ହରିହର ପଣ୍ଡା, ଦିଲ୍ଲୀପ କୁମାର ପତି, ଲକ୍ଷ୍ମୀଧର ନାୟକ, ସୁନନ୍ଦା ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡାକ୍ତର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.