csstore

ବ୍ଲକସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଚେତନତା ପଦଯାତ୍ରା ଆୟୋଜନ ହୋଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୁଇଁନ୍ତଲା ବିଇଓ ରତ୍ନମୟୀ ପୁରୋହିତ, ଏବିଇଓ ଲଛମନ ପଧାନ, ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା, ପ୍ରଧାନ ଶିକ୍ଷକ ଧ୍ରୁବଚରଣ ବିଶ୍ଵାଳ, ସଭ୍ୟ ମୋହନ ପଧାନ, ସିଆର୍‌ସିସି ଅଜିତ କୁମାର ଶତପଥୀ, ସିଆର୍‌ସିସି ପ୍ରମୋଦ କୁମାର ପଟେଲ, ସିଆର୍‌ସିସି ରଂଜିତ ମିଶ୍ର ପ୍ରମୁଖ ମତାମତ ରଖିଥିଲେ । ଶିକ୍ଷକ ପ୍ରଭାକର ମହାପାତ୍ର ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆର୍‌ସିସି ସୁଶାନ୍ତ କୁମାର ମିଶ୍ର, ସରୋଜ କୁମାର ଗଡତ୍ୟା, ରସାନନ୍ଦ କର୍ମୀ, ସତ୍ୟନାରାୟଣ ସାହୁ, ତରଣୀସେନ ଧାରୁଆ, ନିତ୍ୟରାଜ ସେଠ, ପ୍ରତୀକ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ନାଏକ, ମଞ୍ଜରୀ ସୁନା, ଶ୍ରୀମାସୂତା ମଲ୍ଲିକ, ହିସାବ ରକ୍ଷକ ସୁଧାଂଶୁ ଶେଖର ପାତ୍ର ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.