jsm

ଗୁଡଭେଲା ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ପାଳିତ

csstore

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ବ୍ଲକ ଆନୁକୁଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମ ଜୟନ୍ତୀ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇ ଗଙ୍ଗାଧରଙ୍କ ସାହିତ୍ୟକୃତିର ପଟାନ୍ତର ନାହିଁ ବୋଲି କହିଥିଲେ । ସମସ୍ତେ ଗଙ୍ଗାଧର ଗ୍ରନ୍ଥାବଳୀ ପାଠ କରିବା ସହ ସ୍ୱାଧ୍ୟାୟ କରିବାକୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଡ. ସୁଧାଂଶୁ ମେହେର ଯୋଗ ଦେଇ ମେହେର କବିଙ୍କ ତପସ୍ଵିନୀ କାବ୍ୟକୁ ଆବୃତ୍ତି କରି ବ୍ୟାଖ୍ୟା କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ବରୁଣ କୁମାର ସାହୁ ଓ ସମ୍ବାଦ ପ୍ରତିନିଧି ତଥା ସଂଯୋଜକ ଅରବିନ୍ଦ ବିଶ୍ୱାଲ ଯୋଗ ଦେଇଥିଲେ । ସଂପାଦକ ଆଶୁକବି ଡଃ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ବବିତା ନାୟକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଓ ସଭା ଶେଷରେ ଯୁବକବି ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସ୍ୱରଚିତ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ସୁଧାକର ପ୍ରଧାନ, ସନ୍ତୋଷ କୁମାର ବେହେରା, ଭକ୍ତ ବନ୍ଧୁ ସାହୁ, ମୁରଳୀଧର ସାହୁ, ଦେବାଶିଷ ମହାପାତ୍ର, ନରସିଂହ ମେହେର, ଚୁଟୁ ନାଗ, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା ଏବଂ କବୟିତ୍ରୀ କନକଲତା ପଣ୍ଡା, ହୀରାବତୀ ସାହୁ, କୁଞ୍ଜଲତା ପ୍ରଧାନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷଦେବ ମେର୍ଲି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.