ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ ରାଜକୁମାର ସିଂ ବରିହା ଉଚ୍ଚ ବିଦ୍ୟାଳୟ ବାଦିକଟାଠାରେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ ଶିବିରରେ ମୁଖ୍ୟ ଅତିଥି ଚକାମନ ସୁନା ଏବିଇିଓ ପାଇକମାଲ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକ ସୁଦର୍ଶନ ମହାକୁରଙ୍କ ତତ୍ୱାବଧାନରେ ଉପସ୍ଥିତ ଥିବା ୫୬ ଜଣ ଖେଲାଲିଙ୍କ ମଧ୍ୟରୁ ୧୨ ଜଣ ଖେଲାଳିଙ୍କୁ ମନୋନୀତ କରାଯାଇଥିଲା । ଚୟନ ହୋଇଥିବା ଖେଲାଳି ଝାରବନ୍ଦ ବ୍ଲକଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଭଲିବଳ ଚୟନ ଶିବିରରେ ଖେଲ ପ୍ରଦର୍ଶନ କରିବେ । ଖେଳ ଶିକ୍ଷକ ଘନଶ୍ୟାମ ପଧାନ, ଅମିତ ସାହୁ, ନାରାୟଣ ସାହୁ, ରଜତ କୁମାର ମିଶ୍ର, ପ୍ରିତମ କୁମାର ପଣ୍ଡା, ଶିବାନୀ କର୍ଣ୍ଣାଲ, ଗଣେଷ ସାହୁ, ଅକ୍ଷୟ କୁମାର ସାହୁ, କଲାନିଧି ଝାଙ୍କର ଓ କେଶବଚନ୍ଦ୍ର ଅଦାବରିଆ ପରିଚାଳନା କରିଥିଲେ । ବାଦିକଟା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।