ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀ ପିତାଙ୍କ ପରଲୋକ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି । ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଅରବିନ୍ଦଙ୍କ ମୃତ୍ୟୁରେ ଅଭିନେତା ପରେଶ ରାୱଲ ଦୁଃଖ ପ୍ରକାଶ କରିଛନ୍ତି । ଅରବିନ୍ଦ ଜଣେ ଗୁଜୁରାଟୀ ଥିଏଟର ଅଭିନେତା ତଥା ନିର୍ଦ୍ଦେଶକ ଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ତ୍ରୀ ଓ ୨ ପିଲା ଅଭିନେତା ଶର୍ମନ ଏବଂ ତାଙ୍କ ଭଉଣୀ ଯିଏକି ଅଭିନେତା ରୋହି ରୟଙ୍କୁ ବିବାହ କରିଛନ୍ତି ଥିଲେ । ଅରବିନ୍ଦ ଅଭିନେତ୍ରୀ ସରିତା ଯୋଶୀଙ୍କ ଭାଇ ଏବଂ ଅଭିନେତ୍ରୀ କେତକୀ ଦେବଙ୍କ ଦାଦା ଥିଲେ ।

Leave A Reply

Your email address will not be published.