ls

ମୋବାଇଲ ଫାଟି ୨ ଶିଶୁ ଗୁରୁତର

2020

ଗଞ୍ଜାମ : ମୋବାଇଲ ଫୋନ ଫାଟି ୨ ଶିଶୁ ଗୁରୁତର ଆହାତ ହୋଇଛନ୍ତି । ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ଘଟିଛି । ଆହତ ଶିଶୁ ହେଲେ ରାଜା ଓ ଶୁଭମ୍‌ । ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି । ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ରାଜାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରାଜା ଓ ଶୁଭମ୍‌ ଟ୍ୟୁସନ୍‌ରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରୀ ପାଇଥିଲେ । ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରୀଟି ହଠାତ୍‌ ବିସ୍ଫୋରଣ ହୋଇଥିଲା ।

Leave A Reply

Your email address will not be published.