ରାଉରକେଲା : ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ ରାଉରକେଲା- ୭୯ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଛି । ଆଜି ଦିବସର ମୁଖ୍ୟ ଅତିଥି ଭାବେ ଉତରାଚଂଳ ରାଜସ୍ୱ ଆୟୁକ୍ତ ସଚିନ ଆର ଜାଧବ ଯୋଗଦେଇ ରୋଗୀମାନଙ୍କୁ ଫଳ ବଂଟନ କରିବା ସହ ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୁଲିସ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଡାକ୍ତଖାନାର ଅଧୀକ୍ଷକ ଡା.ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡା. ପଣ୍ଡିତ ସାହୁ, ବରିଷ୍ଠ ଡାକ୍ତର ସୁଧାରାଣୀ ପ୍ରଧାନ, ଡା. ଆର.ଆର.ସାଧୁଆଲ, ନାଇଡୁ କଲେଜର ନିର୍ଦ୍ଦେଶକ ରଂଜିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ପୂର୍ଣ୍ଣ ସହ ଯୋଗରେ ଆଜିର ଫଳ ବଂଟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜାଧବ ଡାକ୍ତରଙ୍କ ସହ ହସ୍ପିଟାଲର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ରୋଗୀଙ୍କୁ ଫଳ ବଂଟନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର ପ୍ରାଣତୋଷ ମଣ୍ଡଳ, ସାମ୍ବାଦିକ ବସନ୍ତ କୁମାର ଜେନା, ଯୁବ ସଂଗଠକ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ସମାଜସେବୀ ଟିକନ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
