ଫ୍ରେଣ୍ଡସ କ୍ଲବ କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ କଁସାପଲା ଦଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତକାଲି ଖପ୍ରାଖୋଲ ବ୍ଲକ ଫୁଲଝର୍ ଗ୍ରାମର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଦିଲଖୁସ୍ ଖେଳପଡିଆରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଁସାପଲା ଏବଂ କୁମାରଖେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଁସାପଲା ଦଳ ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ହୋଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମର୍ ସୁନ୍ଦର ବଲାଙ୍ଗୀର ସଂଗଠନର ସଭାପତି କ୍ରିଷ୍ଣା ସେଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ଭଇଁସାଲ ଏବଂ ସମାଜସେବୀ ଦଶରଥ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଫ୍ରେଣ୍ଡସ କ୍ଲବର ସଭାପତି ପ୍ରଦିପ ଭଇଁସାଲ, ସେକ୍ରେଟାରୀ ଇନ୍ଦ୍ର ପୁଟେଲ, ରିଙ୍କୁ, ବୈକୁଣ୍ଠ, ଜଗନ୍ନାଥ, ରାଜା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । କ୍ରିକେଟ ଖେଳକୁ ବହୁସଂଖ୍ୟାରେ ଖେଳପ୍ରେମୀ ଉପଭୋଗ କରିଥିଲେ । ଏପରି ଏକ ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଫ୍ରେଣ୍ଡସ କ୍ଲବକୁ ସ୍ଥାନୀୟ ଲୋକମାନେ ସାବାସୀ ଦେଉଛନ୍ତି ।

Leave A Reply

Your email address will not be published.