୭୯ତମ ସ୍ଵାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ଉତ୍ସାହର ସହିତ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ତ୍ରିରଙ୍ଗା ଯାତ୍ରା, ମାରାଥନ ଦୌଡ଼ ଜାତୀୟ ଏକତା ଓ ଅଖଣ୍ଡତା ଉଦ୍ଦେଶ୍ୟର ଆୟୋଜନ କରାଯାଇଥିଲା । ବିଭିନ୍ନ ଶିକ୍ଷାଳୟ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଦିବସ ପାଳନ କମିଟି ଦ୍ଵାରା ଆୟୋଜିତ ପତାକା ଉତ୍ତୋଳନ ଉତ୍ସବ ରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରୀୟ ବିକାଶ ପାଇଁ ସାମୁହିକ ସଂକଳ୍ପ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ଚିତ୍ତାକର୍ଷକ ପ୍ୟାରେଡର ଆୟୋଜନ କରାଯାଇଥିଲା । ଜୟପାଟଣା ସ୍ଵାଧୀନତା ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ତହସିଲଦାର ରଘୁନାଥ ମୁଣ୍ଡାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରବଳ ବର୍ଷା ଯୋଗୁଁ ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।

Leave A Reply

Your email address will not be published.