jayashree

ଓଡ଼ିଆ ଭାଷା ବିକାଶ ମଂଚ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ସେକ୍ଟର ୧୪ରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ବକ୍ତବ୍ୟରେ କହିଲେ ଯେ, ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଓଡ଼ିଆ ଭାଷା ସୁରକ୍ଷାର ସେନାପତି । ଯାହାଙ୍କ ଯୋଗୁ ଆମ ମାତୃଭାଷାର ବଳିଷ୍ଠ ସାହିତ୍ୟ ସୃଷ୍ଟି ହୋଇପାରିଛି । ସେ ଏକାଧାରାରେ ପ୍ରକୃତି କବି, ସ୍ୱଭାବ କବି ଭାବେ ପରିଚିତ ଥିଲେ । ପ୍ରକୃତି ଚିତ୍ରଣରେ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଥିଲା । ଓଡ଼ିଆ ଭାଷା ସଂକଟ ଦେଇ ଗତି କରୁଥିଲାବେଳେ ସେ ଇନ୍ଦୁମତି, କୀଚକବଧ. ତପସ୍ୱିନୀ, ପ୍ରଣୟବଲ୍ଲରୀ, ଉତ୍କଳ ଲକ୍ଷ୍ମୀ, ଅଯୋଧ୍ୟାଦୃଶ୍ୟ ଭଳି ଉଚ୍ଚକୋଟିର କାବ୍ୟ ଓ କବିତା ରଚନା କରି ଓଡ଼ିଆ ଭାଷା ଆନ୍ଦୋଳନକୁ ସେ ତେଜିୟାନ କରିଥିଲେ ବୋଲି କହିଥିଲେ । ମୁଖ୍ୟ ଅତିଥି ଗାଳ୍ପିକ କାଶିନାଥ ନନ୍ଦୀ କହିଲେ ଯେ, ଗଙ୍ଗାଧରଙ୍କ ଅର୍ଘ୍ୟଥାଳି ହେଉଛି ତାଙ୍କର ଲୋକପ୍ରିୟ କବିତା ସଂଗ୍ରହ । ତାଙ୍କ ରଚିତ ଶେଷ କାବ୍ୟ ଥିଲା ପଦ୍ମିନୀ । ଗଙ୍ଗାଧରଙ୍କ କବିତାଗୁଡିକ ଯେତିକି ସୁନ୍ଦର ତାଙ୍କର ଜୀବନଶୈଳୀ ବି ଥିଲା ବେଶ ସାବଲୀଳ ବୋଲି କହିଥିଲେ । ସମ୍ମାନିତ ଅତିଥି ସୁମନ ଦତ୍ତ କହିଲେ ପ୍ରକୃତର ଅସାଧାରଣ ବର୍ଣ୍ଣନା । ଆଦର୍ଶ ଚିତ୍ରଣ ମାନବତାର ଜୟଗାନ ଆଦି ଥିଲା ତାଙ୍କ ସାହିତ୍ୟ କୃତିର ବିଶେଷତ୍ୱ ବୋଲି କହିଥିଲେ । ଅନ୍ୟତମ ବକ୍ତା ସୁକାନ୍ତି ପଣ୍ଡା ଆରତି ମହାନ୍ତି, ମନସ୍ୱିନୀ ଜେନା ବକ୍ତବ୍ୟ ରଖିଥିଲା ବେଳେ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗୌତମ ଦାସ, ଅରୁଣ କୁମାର ମହାପାତ୍ର, ଅନନ୍ତ କୁମାର ଦାସ. କୁସାଶନ ମଲ୍ଲିକ, ମୋହନ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାମଲ, ବସନ୍ତ କୁମାର ବେହେରା, ସସ୍ମିତା ପାଇକରାୟ, ରାନୀ ବିଶ୍ୱାଳ ଓ ମଧୁସୂଦନ ଶିକ୍ଷାନୀବାସର ଛାତ୍ରଛାତ୍ରୀ ଉପସ୍ଥିତ ଥିଲାବଳେ ଚନ୍ଦ୍ର ଶେଖର ପାଇକରାୟ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.