କଂଟାବାଂଜି ବିଜେଡିର ପୁଷପୁନି ବନ୍ଧୁ ମିଳନ

କଂଟାବାଂଜି, (ମନୀଷ କୁମାର ହଂସ) : ପଶ୍ଚିମ ଓଡିଶାର ଅନ୍ୟ ଏକ ମହାନ ଗଣପର୍ବ ପୁଷପୁନି ପାଳନ ଅବସରରେ ଗୁରୁବାର ଦିନ କଂଟାବାଂଜି ବିଜୁ ଯୁବ ଜନତା ଦଳର ବନ୍ଧୁ ମିଳନ ହୋଇଯାଇଛି । ସ୍ଥାନୀୟ ଶୁ‌ଣ୍ଢି ସମାଜ ଭବନରେ ଅନୁଷ୍ଠିତ ପୁଷପୁନି ବନ୍ଧୁ ମିଳନରେ କଂଟାବାଂଜି ନିର୍ବାଚନ ମଣ୍ଡଳିର କଂଟାବାଂଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ଶତାଧିକ ବିଜେଡି କର୍ମକର୍ତା ଏବଂ ସଦସ୍ୟଙ୍କ ଉପସ୍ଥିତିରେ ପୁଷପୁନି ଭେଟଘାଟ ହୋଇଛି । ଏହି ଅବସରରେ ପୁଷପୁନି ବା ପୌଷ ପୂର୍ଣ୍ଣିମା ପଶ୍ଚିମ ଓଡିଶାର ଅନ୍ୟ ଏକ ନୂତନ ବର୍ଷର ପ୍ରାରମ୍ଭ ବୋଲି ବକ୍ତାମାନେ କହିଥିବା ବେଳେ ଚାଷୀମାନଙ୍କ ମଧ୍ୟ ଏକ ମହାନ ପର୍ବ ବୋଲି ମତ ଦେଇଛନ୍ତି । ଏହି କାର୍ୟ୍ୟକ୍ରମ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ ଏବଂସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଉପସଭାପତି ବିଜୟ କୁମାର ବଂଶଲ ଓ ବରିଷ୍ଠ ସଭ୍ୟ ତଥା ପୂର୍ବତନ କାଉନସିଲର ପ୍ୟାରେଲାଲ ଜାଂଗଡା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶେଷଦେବ ପୁଟେଲ, ଅଭିମନ୍ୟୁ ନାଗ, ଶ୍ରୀଧର ମାଝି ସହ ଅନ୍ୟ କର୍ମକ‌ର୍ତ୍ତାମାନେ ମଂଚାସିନ ଥିଲେ ।

Leave A Reply

Your email address will not be published.