ତ୍ରୟମ୍ୱକମ ଆଧ୍ୟାତ୍ମିକ ଲୋକ ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କପିଳାଶ, ଧବଳେଶ୍ଵର ଏବଂ ଲିଙ୍ଗରାଜ ଠାରେ ୭୬ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତ୍ରୟମ୍ୱକମ ଆଧ୍ୟାତ୍ମିକ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାଉଡ଼ିଆ ସଂସ୍କୃତିକୁ ପ୍ରଚାର କରିବା ପାଇଁ କୈବଲ୍ୟ ସାହିତ୍ୟ ସଂସଦର ସ୍ଵତନ୍ତ୍ର ପ୍ରୟାସ ବୋଲି ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଥିଲେ । ଶତାଧିକ ସାମାଜିକ କର୍ମୀ ଏବଂ ଅନୁଷ୍ଠାନକୁ କାଉଡ଼ିଆମାନଙ୍କୁ ନିଃସ୍ୱାର୍ଥପର ସେବା ପ୍ରଦାନ କରିଥିବାରୁ ତ୍ରୟମ୍ୱକମ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତାମାନେ ଖାଦ୍ୟ ବଣ୍ଟନ ଏବଂ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ମହୋତ୍ସବ ଏକ ସପ୍ତାହ ଧରି ପାଳନ କରାଯାଇଥିଲା । ବିଭିନ୍ନ ଭଜନ ସନ୍ଧ୍ୟାରେ ଶତାଧିକ କଳାକାରଙ୍କୁ ଆଧ୍ୟାତ୍ମିକ ସାରସ୍ୱତ ସାଧନା ପାଇଁ ତ୍ରୟମ୍ୱକମ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ଦଶ ଜଣ ଦିବ୍ୟାଙ୍ଗ ସାରସ୍ୱତ ସାଧକଙ୍କୁ ତ୍ରୟମ୍ୱକମ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଏହି ମହୋତ୍ସବ ତିନୋଟି ଜିଲ୍ଲାରେ ପାଳନ କରାଯାଇଥିବାର ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ କର୍ମକର୍ତ୍ତା କବି ଅଭୟ ପଟ୍ଟନାୟକ ଏବଂ ଦୀପକ ସାମନ୍ତରାୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.