jayashree

ରାଣୀପୁର ଝରିଆଲ ଯୁବ ବୈଠକରେ ଗଠିତ ହେଲା ‘କୋଶଲ ଅଧିକାର ମଞ୍ଚ’

  • ଡ. ସାକେତ ଶ୍ରୀ ଭୂଷଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
    ​
    ​ମୁରିବାହାଲ/ ରାଣୀପୁର ଝରିଆଲ, (ଦୁର୍ଗାନନ୍ଦ ମହାକୁର) : ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପ୍ରାଙ୍ଗଣରେ ଆଜି ସକାଳ ୧୧ଟା ସମୟରେ ପଶ୍ଚିମ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କୋଶଳାଞ୍ଚଳର ବିଭିନ୍ନ ସମସ୍ୟା ଏବଂ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀକୁ ନେଇ ଏକ ନୂତନ ଅଣରାଜନୈତିକ ସଂଗଠନ ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ଏହି ସଂଗଠନର ନାମ ‘କୋଶଲ ଅଧିକାର ମଞ୍ଚ’ ଭାବେ ଘୋଷଣା କରାଯାଇଛି । ବୈଠକରେ ଉପସ୍ଥିତ ଯୁବ ସଂଗଠକମାନେ ସଂଗଠନର ପ୍ରମୁଖ ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ମତ ରଖିଥିଲେ । ସେଗୁଡ଼ିକ ମଧ୍ୟରେ : (୧)​ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀକୁ ସଶକ୍ତ କରିବା । ​(୨)ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱର ଉତ୍ତୋଳନ ଓ ପଦକ୍ଷେପ ନେବା । (୩) ​ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଭଳି ମୌଳିକ ସୁବିଧାର ବିକାଶ ଦିଗରେ କାର୍ଯ୍ୟ କରିବା । (୪)​ସାମାଜିକ ସେବା ଅନ୍ତର୍ଗତ ରକ୍ତଦାନ ଶିବିର, ଆଖି ପରୀକ୍ଷା, ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ କରିବା । ​ଏହି ଅବସରରେ କୋଶଳାଞ୍ଚଳର ବିଶିଷ୍ଟ କବି, ସାହିତ୍ୟିକ, ସମ୍ପାଦକ, ସଂଗ୍ରାମୀ, ଭାଷା କର୍ମୀ ତଥା ଆଇନଜୀବୀ ଡ. ସାକେତ ଶ୍ରୀ ଭୂଷଣ ସାହୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସଦସ୍ୟମାନେ ତାଙ୍କର ଅବଦାନ ଓ ସଂଘର୍ଷକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ​ଆଜିର ଏହି ବୈଠକରେ ରଞ୍ଜନ ବଗର୍ତି, ମଦନ ସାହୁ, ଅନନ୍ତ ବାଗ, ଦିଗାମ୍ବର ସାହୁ, ହେମରାଜ ସାହୁ, ଦିନେଶ ତାଣ୍ଡି, ସୁଶୀଲ କୁମାର ପ୍ରଧାନ, ଧ୍ରୁବଲେଶ୍ୱର ମେହେର, ରାଜା ବଗର୍ତି, ସାହିଲ ଖାନ, ହୃଦାନନ୍ଦ ବାଗଙ୍କ ସମେତ ବହୁ ଯୁବ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Leave A Reply

Your email address will not be published.