ୟୁନାଇଟେଡ଼ କଣ୍ଟ୍ରାକ୍ଟର ଆସୋସିଏସନର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁନାଇଟେଡ଼ କଣ୍ଟ୍ରାକ୍ଟର ଆସୋସିଏସନ୍ ରାଉରକେଲା ଟାଉନସିପ୍ ଶାଖାର ଏକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସେକ୍ଟର ୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ଆଇନଜୀବୀ ଅଭିଷେକ ସିଂଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଚତୁର୍ଭୁଜ ମହାପ୍ରଭୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ କଣ୍ଟ୍ରାକ୍ଟରମାନଙ୍କ ସମସ୍ୟା ତଥା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନା ମଧ୍ୟରେ ସହରର ଛୋଟ ଛୋଟ କଣ୍ଟ୍ରାକ୍ଟର କାମ ଗୁଡିକ ଏକାଠି କରି ରାଜ୍ୟ ବାହାରର ବଡ କଣ୍ଟ୍ରାକ୍ଟରଙ୍କୁ ଦିଆଯିବାକୁ ବିରୋଧ କରାଯାଇଥିଲା । ସେହିପରି ସରକାରୀ ନିୟମ ଅନୁଯାୟୀ ଟେଣ୍ଡର ସିଷ୍ଟମକୁ ମାଇନସ ୧୫ ପ୍ରତିଶତରୁ ଅଧିକ ନହେବା ଦରକାର, କାର୍ଯ୍ୟ ସମାପନ ପରେ ଶିଘ୍ର ବକେୟା ପ୍ରଦାନ, କାର୍ଯ୍ୟକ୍ଷେତ୍ରରେ କଟକଣା ନିୟମକୁ କୋହଳ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏସମ୍ପର୍କରେ ଆସୋସିଏସନର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ବିହିତ ପଦକ୍ଷେପ ନେବାପାଇଁ ସ୍ଥିର କରାଗଲା । ସେହିପରି ଅନୁଷ୍ଠାନ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭୁଦାନନ୍ଦ ତ୍ରିପାଠୀ, ରୁନା ପଣ୍ଡା, ଟିକିଲି ପଟ୍ଟନାୟକ, ଦୁଷ୍ମନ୍ତ ପାତ୍ର, ମନୋରଞ୍ଜନ ସାହୁ, ରାକେଶ ଦାସ, ଅମୀୟ ଶତପଥୀ, ଅନିଲ ଅଗ୍ରୱାଲ, ଆୟୁବ ଅନସାରୀ, ସତ୍ୟନାରାୟଣ ସିଂ, ସୀମାଞ୍ଚଳ ସାହୁ, ବାବୁରାମ ଅଗ୍ରୱାଲ, ସୁଦର୍ଶନ ସାହୁ, ବିପିନ ତିୱାରୀ, ପି କେ ପ୍ରଧାନ, ସୁଶାନ୍ତ ବରାଳ, ଧୀରଜ ସିଂ, ସୁନୀଲ ପଣ୍ଡା, ପଦ୍ମନାଭ ବାରିକ, ଦୀପକ ଠାକୁର, ସନ୍ତୋଷ ନାୟକ, ଦୀପନ କୁମାର ଲେଙ୍କା, ଶେଖର ସେଠୀ, ବିରେନ୍ ବେହେରା, କମ୍ଭୁପାଣି ନାୟକ, ଶିବୁ ଖୁଣ୍ଟିଆ, କୁନା ମହାପାତ୍ର, ଅଜୟ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.