csstore

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରାଦେଶିକ ଓ କ୍ଷେତ୍ରୀୟ କବାଡି ଓ ଯୋଗାସନ ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିବସୀୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ତରଫରୁ ପ୍ରାଦେଶିକ ଏବଂ କ୍ଷେତ୍ରୀୟ କବାଡି ଓ ଯୋଗାସନ ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅପରାହ୍ନ ୨ଟା ସମୟରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯୋଜନାର ରାଜ୍ୟ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟି ସଭାପତି ଜ୍ୟୋତି ପ୍ରକାଶ ଗଡତିୟା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସ୍କୁଲ ସମ୍ପାଦକ ଡମ୍ବରୁଧର କର୍ମୀ ଉପସ୍ଥିତ ଥିଲେ । ତେବେ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ଦିନରେ ଗୋବିନ୍ଦ ବାଟିକା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ କୃତି ଖେଳାଳିଙ୍କୁ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ଏବଂ ସଙ୍କୁଳ ପ୍ରମୁଖ ଟିକେଲାଲ ବେହେରା ପୁରସ୍କୃତ କରିଥିଲେ । ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ବଡ଼ ପ୍ରତିଯୋଗିତାର ଆୟୋଜନ କରି ସଫଳ ହୋଇଥିବାରୁ ରାଜ୍ୟ ସଂଯୋଜକ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.