ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ଡ. ପ୍ରେମଚାନ୍ଦ ମହାନ୍ତି ଯୋଗଦାନ କରି ବିଦେଶରେ ସଂସ୍କୃତ ଭାଷାର ଆଦର ଓ ବେଦର ସାରମର୍ମ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂପାଦକ ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପାଠ କରିଥିବା ବେଳେ ଉପ-ସଭାପତି କେଶବ ଚନ୍ଦ୍ର ମିଶ୍ର ନିଜସ୍ୱ ମତ ପ୍ରକଟ କରିଥିଲେ । ଏହି ଅଧିବଶେନରେ ମଧୁ ସୁଦନ ନାୟକ, କପିଳ ପତି, ପର୍ଶୁରାମ ନାୟକ, ଆଶୁତୋଷ ମିଶ୍ର, ମଦନ ମୋହନ ରଥ, ବନମାଳି ନନ୍ଦ, ପୁରୁଷୋତ୍ତମ ପଣ୍ଡା ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ବ୍ରଜ କିଶୋର ପଣ୍ଡା ଆୟ ବ୍ୟୟ ସୂଚନା ଦେଇଥିବା ବେଳେ ସହ-ସଂପାଦକ ସିତାଂଶୁ ଶେଖର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.