ଜୟପାଟଣା, (ଶେଷଦେବ ବେହେରା ) : ଗତ ଚବିଶ ତାରିଖ ଗୁରୁବାର ସନ୍ଧ୍ୟା ପାଞ୍ଚଟା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଯୁନା ପାଣି ଗ୍ରାମର ଭିନ୍ନ କ୍ଷମ ଯୁବକ ମଂଗୁ ମାଝୀ ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ନିଖୋଜ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଓ ପୋଲିସର ଉପସ୍ଥିତି ସତ୍ତେ ପାଣିର ଗଭୀରତା ହେତୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଶନିବାର ତିନିଟା ବେଳେ ପରିବାର ଓ ସ୍ଥାନୀୟ ଲୋକେ ଗୋଟିଏ ସବା ଧନ୍ସୁଲି ସେତୁ ପାଖରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ସେବା ଉଦ୍ଧାର କରିବା ସହିତ ପୋଲିକୁ ଜିମା ଦେଇଥିଲେ । ଜୟପାଟଣା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ସୂଚନା ମିଳିଛି ।

Prev Post