ପାଉଁଶ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର

ସମ୍ୱଲପୁର : ପାଉଁଶ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର ହୋଇଥିବା ବେଳେ ଏକ ଗୋରୁର ମୃତ୍ୟୁ ହୋଇଛି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ସମ୍ୱଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ପୁରୁଣା ପେଟ୍ରୋଲ ପମ୍ପ ନିକଟ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଗୁରୁବାର ସକାଳ ପ୍ରାୟ ୧୦ଟା ବେଳେ ଏକ ଟ୍ରକ୍ ପାଉଁଶ ବୋଝେଇ କରି ରେଢ଼ାଖୋଲ ଆସୁଥିଲା । ଏହି ସମୟରେ ସହରର ପୁରୁଣା ପେଟ୍ରୋଲ ପମ୍ପ୍ ନିକଟ ୫୫ନଂ ଜାତୀୟ ରାଜପଥରେ ଏକ ଗୋରୁକୁ ଧକ୍କା ଦେଇ ରାଜପଥ କଡ଼ରେ ଛିଡା ହୋଇଥିବା ଏମଡି ହାରୁନ ଆନସାରୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୋରୁଟିର ମୃତ୍ୟୁ ହୋଇଥିବା ବେଳେ ହାରୁନ ଗୁରୁତର ଭାବେ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତେବେ ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ସହରବାସୀ ଭୀମଭୋଇ ଛକରେ ଗାଡିକୁ ଅଟକାଇଥିଲେ । ଏହାପରେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରି ପାଉଁଶ ବୋଝେଇ ଗାଡି ଚଳାଚଳ ବନ୍ଦ କରିବା ଦାବି କରିଥିଲେ ଲୋକେ ।

jittmm
Leave A Reply

Your email address will not be published.