csstore

ଭୀମ ଭୋଇ ମେଡିକାଲକୁ ୩୦ଟି ହ୍ୱିଲ୍ ଚେଆର ଓ ୩୦ଟି ଷ୍ଟ୍ରେଚର ପ୍ରଦାନ କଲା ବ୍ୟାଙ୍କ ଅଫ୍ ଇଣ୍ଡିଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏକ ସିଏସଆର କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲକୁ ୩୦ ଗୋଟି ହ୍ୱିଲ୍ ଚେଆର ଓ ୩୦ ଗୋଟି ଷ୍ଟ୍ରେଚର୍ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଛି । ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଜିତ ଶଙ୍କର ବେହେରା, ମେଡିକାଲ କଲେଜ ଡିନ୍ ପ୍ରଫେସର ଡ. ସ୍ୱୟଂପ୍ରଭା ପ୍ରଧାନ, ମେଡିକାଲ ସୁପରିଟେଣ୍ଡେନ୍ ଡ. ମାନସୀ ପଣ୍ଡା, ଫାଇନାନ୍ସ ଅଫିସର ମୁରାରୀ ପ୍ରସାଦ ସାହୁ, ଏଡମିନିଷ୍ଟ୍ରେଟିଭ ଅଫିସର ଜୟଶ୍ରୀ ପାଢି, ବଲାଙ୍ଗିର ଶାଖା ମୂଖ୍ୟ ପ୍ରବନ୍ଧକ ଶଶି ଶେଖର ବେହେରା ଓ ବ୍ୟାଙ୍କ କର୍ମଚାରୀ ଗଣ ଉପପସ୍ଥିତ ଥିଲେ । ଏହି ପଦକ୍ଷେପ ବ୍ୟାଙ୍କ ଅଫ ଇଣ୍ଡିଆର ସମାଜ କଲ୍ୟାଣ ପ୍ରତି ଦୃଢ ପ୍ରତିବଦ୍ଧତା ତଥା ସାର୍ବଜନୀନ ସ୍ୱାସ୍ଥ୍ୟସେବାର ଭିତ୍ତିଭୁମିକୁ ସୁଦୃଢ କରିବା ପାଇଁ ବ୍ୟାଙ୍କର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.