jayashree

ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ : ୪୦ ୟୁନିଟ ରକ୍ତ ସଂଗ୍ରହ

ବାରିପଦା, (ଦେବସ୍ମିତ ଚୌଧୁରୀ) : “ରକ୍ତଦାନ ମହାପୂଣ୍ୟ”କୁ ପାଥେୟ କରି ଆଜିର ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି । ତତ୍‌ ସହିତ ନିଜ ଜନ୍ମଦିନ ଅଥବା ନିଜ ପରିବାରର ସଦସ୍ୟଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ପରିପେକ୍ଷୀରେ ଷ୍ଟେସନ ବଜାର ସ୍ଥିତ ତୁଳସୀ ଫାଉଣ୍ଡେସନ ଆନୁକୂଲ୍ୟରେ ସକ୍ରିୟ ସଦସ୍ୟା ବନ୍ଦିତା ସାହୁଙ୍କ ଜନ୍ମଦିନ ଅବସରରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଅତିଥି ଭାବେ ଯୋଗଦେଇ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଶାନ୍ତନୁ କୁମାର ଦାଶ ଏହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରକ୍ତଦାତା ଡ. ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଫାଉଣ୍ଡେସନର ପ୍ରତିଷ୍ଠାତା ରଂଜିତା ଦଳେଇ, ବାରିପଦା ଶିରିଡ଼ି ସାଇ ମନ୍ଦିରର ସଦସ୍ୟା ଚନ୍ଦନା ବେହେରା, ସଂଗୀତା ମୁଦୁଲି, ରଞ୍ଜିତା ସେଜପଡା ନିଭା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବନ୍ଦିତାଙ୍କ ସ୍ୱାମୀ ଦୀପଙ୍କର ସାହୁଙ୍କ ସମେତ ମୋଟ ୪୦ ରକ୍ତଦାନ କରିଥିଲେ । ନର୍ମଦା ମୁଦୁଲି, ବିକାଶ ସାହା, ଶୁଚିସ୍ମିତା ଆଚାର୍ଯ୍ୟ, ମାନସ ବିଶ୍ୱାଳ, ଚିତ୍ତରଞ୍ଜନ ସ୍ୱାଇଁ, ତାପସ ବେହେରା, ଅରବିନ୍ଦ ମୁଖି, ଭରତ ଚନ୍ଦ୍ର ପାତ୍ର, ରୁମା ବାରିକ, ସୀତା ମାର୍ଣ୍ଡି, ନମିତା ନାୟକ, ବସନ୍ତ ହାଁସଦା, ଦିଲ୍ଲୀପ କୁମାର ତୁଙ୍ଗ ଓ ବୈଦ୍ୟନାଥ ମୁର୍ମୁ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ନହରପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଗହଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.