ନଦୀର ଡାଇଭର୍ଶନ ଧୋଇଯିବା ଘଟଣା : ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ତେବେ ପ୍ରଶାସନ ତତ୍ପତରତା ହୋଇ ସୋମବାରଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ମଙ୍ଗଳବାର ସୁଦ୍ଧା ପ୍ରାୟ ପଚାଶ ପ୍ରତିଶତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ବର୍ଷା ନ ହେଲେ ମରାମତି କାର୍ଯ୍ୟ ସରିଯିବ ବୋଲି ୩ ପଞ୍ଚାୟତବାସୀଙ୍କୁ କହିଛନ୍ତି । ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ । ଶୀଘ୍ର ଯାତାୟତ ବ୍ୟବସ୍ଥା କରାଯିବ ଓ ପୁଣି ବର୍ଷା ହେବା ଆଶଙ୍କାରେ ମରାମତି ପରେ ଧୋଇଗଲେ ପୁଣି ବାରମ୍ବାର ମରାମତି କରାଯିବାକୁ ପ୍ରତିଶୃତି ଦେବା ପରେ ୩ ପଞ୍ଚାୟତବାସୀ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଆଞ୍ଚଳିକ କମିଟିର ଆବାହକ ତଥା ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.