ମୁକ୍ତି ଲାଭ କଲା କୋଶଲୀ ଫିଲ୍ମ ‘ଭାଗ୍ୟର ଲେଖା’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ପରଭା ଫୋକ ଅନୁଷ୍ଠାନ ତରଫରୁ କୋଶଲୀ ଫିଲ୍ମ “ଭାଗ୍ୟର ଲେଖା”ର ମୁକ୍ତିଲାଭ କରିବା ସହ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି । ଭାରତର ସହିଦ ଯାବାନମାନଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ରତନ ମେହେର, ପୁରଶୋତ୍ତମ ମିଶ୍ର, ରାଜିନ୍ଦ୍ର ମଲ୍ଲିକ, ଲଳିତ ପୂଜାରି, ନବୀନ ଲିଶୋର ବେହେରା, ବୀଣା ପଟେଲ, ସସ୍ମିତା ସାହୁ, ରୋନା ଓ ସୌଲେନ୍ଦ୍ରୀ ମିଲି ବାରିକ ଅଭିନୟ କରିଥିବା ବେଳେ ଚଳଚିତ୍ରର ରଚନା ଓ ନିର୍ଦ୍ଦେଶନ ନିସାର ଅହମଦ ନିସାର କରିଛନ୍ତି । ନବୀନ କିଶୋର ବେହେରା ଚଳଚିତ୍ରର ପ୍ରଜୋଜକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚଳଚ୍ଚିିତ୍ରର ସଫଳତା ପାଇଁ ମାଁ ସମଲେଇଙ୍କୁ ପୁଜା ଅର୍ଚ୍ଚନା କରି ଏହାର ଶୁଭମୁକ୍ତି କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନୀତ ଅତିଥି ଭାବେ ଏନଏସଡିଏନ୍‌ ରାମଚନ୍ଦ୍ର ସାହୁ, ସମାଜସେବୀ ନରେନ୍ଦ୍ର ହୋତା, ଆଦର୍ଶ ଶିକ୍ଷକ ଦିଗାମ୍ବର ନାଏକ, ଚଳଚ୍ଚିିତ୍ର କଳାକାର ରତନ ମେହେର, ପ୍ରେଯାଜକ ନବୀନ କିଶୋର ବେହେରା ଓ ନିର୍ଦ୍ଦେଶକ ନିସାର ଅହମଦ ନିସାର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମକୁ ଦୀଲିପ କୁମାର ଦୀପ ସଂଯୋଜନା କରିଥିବା ବେଳେ ବଲାଙ୍ଗିର ୟୁଥ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.