ବେନ୍ଦେରରେ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ବେନ୍ଦେର ଗ୍ରାମରେ ବାର୍ଷିକୀ ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟଙ୍କପାଣି ଦଳ ଏବଂ ଝାଂକରିପାଳି ଦଳ ମଧ୍ୟରେ ଆଜି ଖେଳ ଆରମ୍ଭ ହୋଇଥିଲା । ଝାଂକରିପାଳି ଦଳ ଟଙ୍କପାଣି ଦଳକୁ ପରାଜୟ କରିଥିଲେ । ଏହି ଟୁର୍ନାମେଣ୍ଟ ଅବସରରେ ସମାଜ ସେବୀ ସୁଶୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଆମର ସୁନ୍ଦର ବଲାଙ୍ଗୀର ପ୍ରେସିଡେଣ୍ଟ କ୍ରିଷ୍ଣା ସେଠି ଉପସ୍ଥିତ ହୋଇଥିଲେ । ଟୁର୍ନାମେଣ୍ଟର ଆଜି ଦ୍ଵିତୀୟ ଦିନ ଆଗକୁ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଦର୍ଶକ ମନରେ ଉଦବେଗ ଭରି ରହିଛି । ଆଜି ଖେଳର ଅନ୍ତିମ ପର୍ଯ୍ୟାୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ହୋଇଥିଲେ । ଟୁର୍ନାମେଣ୍ଟରେ ବହୁ ସଂଖ୍ୟକ ଦର୍ଶକ ଖେଳ ଉପଭୋଗ କରିଥିଲେ ।

Leave A Reply

Your email address will not be published.