ପଡ଼ିଆରେ ଛିଡ଼ା ହୋଇଥିବା ବସ୍‌ରେ ଲାଗିଲା ନିଆଁ

କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ମାଇନିଂ ପଡିଆରେ ଛିଡା ହୋଇଥିବା ବସରେ ନିଆଁ ଲାଗି ଜଳିଯାଇଛି । ଅଳ୍ପ ସମୟ ମଧ୍ୟରେ ବସ୍‌ଟି ଜଳିଯିବାରୁ ଏହା ଭସ୍ମୀଭୂତ ହୋଇଯାଇଛି । ପଡ଼ିଆ ପାଖ ଦେଇ ଯାଉଥିବା ଲୋକେ ପ୍ରଥମେ ବସ୍‌ରେ ନିଆଁ ଲାଗିବାର ଦୃଶ୍ୟ ଦେଖିଥିଲେ । ଅଗ୍ନିଶମ ବିଭାଗକୁ ସେମାନେ ସୂଚନା ଦେଇଥିଲେ । ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ବସଟି ସଂପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ମଧ୍ୟ ଜଣାପଡିନାହିଁ ବୋଲି କହିଛି ଦମକଳ ବାହିନୀ । ସୂଚନାଯୋଗ୍ୟ ଲକଡାଉନ ସମୟରୁ ବସଟି ମାଇନିଂ ପଡିଆରେ ରହିଥିଲା । ଆଜି ବସଟିରେ ଅଚାନକ ନିଆଁ ଲାଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ନିଆଁ ଲାଗିବା ମାତ୍ରେ ସ୍ଥାନୀୟ ଲୋକେ ବସଟିରେ ପାଣି ଢାଳି ଲିଭେଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.