oom

ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବୀ : ମହିଳାଙ୍କ ମଦ ବିରୋଧୀ ଅଭିଯାନ

jsmm

ବାଲେଶ୍ୱର : ଜିଲ୍ଲା ଖଇରା ବ୍ଲକ ବରଦା ପଂଚାୟତର ବିଷ୍ଣୁପୁରୁ ଗାଁର ମହିଳାମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ । ବରଦା ପଂଚାୟତରେ ଥିବା ୨୪ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ବିଷ୍ଣୁପୁରୁ ସ୍କୁଲ ଛକଠାରୁ ଏକ ରାଲିରେ ବାହାରି ଗାଁ ପରିକ୍ରମା କରିବା ସହିତ ମଦ ବିକ୍ରି ହେଉଥିବା ପ୍ରତିବାଦରେ ବିଭିନ୍ନ ପ୍ରକାର ସ୍ଲୋଗାନ୍ ଦେଇ ମଦ ବିକ୍ରି ବନ୍ଦ ହେଉ ବୋଲି ଆହ୍ୱାନ ଦେଇଥିଲେ । ବରଦା ପଂଚାୟତ ବିଷ୍ଣୁପୁରୁ ଗାଁରେ ଦିନକୁ ଦିନ ମଦ ବିକ୍ରି ବଢି ଚାଲିଥିବା ବେଳେ ପୁରୁଷ ଲୋକମାନେ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହ ପରିବାର ମଧ୍ୟରେ କଳି ଝଗଡା ସୃଷ୍ଟି କରିଥାନ୍ତି । ସାଧାରଣ ଲୋକଟିଏ ଦିନ ମଜୁରିଆ ଭାବେ କାମ କରି ରାତିରେ ମଦ ପିଇ ଘରକୁ ଫେରୁଥିବା ବେଳେ ପରିବାରରେ ଅଭାବ ଅନାଟନ ଦେଖା ଦେଇଥାଏ । ବାରମ୍ବାର ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳିପାରି ନଥିବା ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ବିଷ୍ଣୁପୁରୁ ଗାଁରେ ମଦ ବିକ୍ରି ବନ୍ଦ କରା ନ ହୁଏ ଥାନା ଆଗରେ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଧାରଣାରେ ବସିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ଏକ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.