ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟର ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ଓ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ତଥା ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ମହାକୁଡ଼ଙ୍କ ଅଧ୍ୟକ୍ଷତା, ଟ୍ରଷ୍ଟର ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵ ଓ ରାମକୃଷ୍ଣ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସିଆରସିସି ଦୀପକ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ଓ ବୃକ୍ଷର ମାନବ ସମାଜକୁ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଲିମା ତାଙ୍କ ବକ୍ତବ୍ୟରେ କହିଲେ ଯେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୫୪୦ରୁ ୫୭୦ ଲିଟର ଅମ୍ଳଜାନ ଆବଶ୍ୟକ କରୁଥିବାବେଳେ ଗୋଟିଏ ପୂର୍ଣ୍ଣ ବୟସ୍କ ଗଛ ୨୫୦ରୁ ୨୭୦ ଲିଟର ଅମ୍ଳଜାନ ଦେଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମା’ଙ୍କ ନାମରେ ଗୋଟିଏ ଓ ବସୁଧା ମା ପାଇଁ ଗୋଟିଏ, ଏହିପରି ଦୁଇଟି ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏନର୍ଜି କ୍ଲବ, ଇକୋ କ୍ଲବ, ଜୁନିଅର ରେଡକ୍ରସ, ସ୍କାଉଟ ଆଣ୍ଡ ଗାଇଡ ତରଫରୁ ସହଯୋଗ ଯୋଗାଇ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ପ୍ରାୟ ୧୦୦ ଅଧିକ ନଡ଼ିଆ, ଗୁଆ, କମଳା, ଲିଚୁ, ଲେମ୍ବୁ, ପିଜୁଳି, ଡାଳିମ୍ବ ଆଦି ଗଛ ଚାରା ରୋପଣ କରାଯାଇଥିଲା । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଟ୍ରଷ୍ଟ ର ଟ୍ରଷ୍ଟି ସର୍ବଶ୍ରୀ ଡ. ସନାତନ ପ୍ରଧାନ, ଅରବିନ୍ଦ ଦାସ, ବିକ୍ରମ ସ୍ୱାଇଁ, ଡ. ଅବନୀ ଦାସ, ପ୍ରଦୀପ ପଣ୍ଡା, ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର, ବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ଭୀମସେନ ଛତ୍ରିଆ, ସମ୍ପାଦକ ରବିନ୍ଦ୍ର କୁମାର ସେଠି, ତଥା ମାନସ ରଞ୍ଜନ ମହାନ୍ତି, ଅନିମା ମିଶ୍ର, ପ୍ରତିମା ଘୋଷ, ଦୁର୍ଗାବତୀ ବଡାଇକ, ଶିବପ୍ରସାଦ ଅଙ୍ଗରାଇ, ଜେନିପ୍ରିୟା ଲାକ୍ରା, ମାହେଶ୍ୱରୀ ବେହେରା, ଜଗନ୍ନାଥ ପରିଡ଼ା, ଆବିଶେଷ ବେହୁରା, ମୁରଲୀଧର ବେହେରା, ସରିତା ପରିଡ଼ାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଶ୍ରୀ ମହାକୁଡ଼, ଶ୍ରୀ ତ୍ରିପାଠୀ, ଶ୍ରୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.