oom

ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) ବାରିପଦା ସ୍ଥାନୀୟ ତକତପୁର (ମହାରାଜପୁର) ସ୍ଥିତ ଓ ଆର ଡି କେନ୍ଦ୍ରରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀ ଆନୁକୂଲ୍ୟରେ ଏକ ମାସ ଧରି ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓ ଆରଡି କେନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୪୦ଜଣ ବାଳକ ବାଳିକା ନାଟ୍ୟ ତାଲିମ ନେଇଥିଲେ । ଶେଷ ଦିନ ଏନଏସଡି ନାଟ୍ୟ ନିର୍ଦ୍ଦେଶକ ଶେଖ ଖଇରୁଦ୍ଦିନଙ୍କ ନିର୍ଦ୍ଦେଶିତ ନାଟକ “ଭଗବାନ ବିର୍ସା ମୁଣ୍ଡା” ମଞ୍ଚସ୍ଥ ହୋଇଥିଲା । ଇଂରେଜ କବଳରୁ ଦେଶମାତୃକାକୁ ସ୍ୱାଧୀନ କରିବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ସହ ନିଜ ଅଧିକାର ପାଇଁ ସଂଗ୍ରାମ କରିବାକୁ ସେମାନଙ୍କୁ ସୁସଂଗଠିତ କରିଥିଲେ । ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ ରଘୁବୀର ବିନ୍ଧାଣି, ସୌମ୍ୟ ସାରଥି ମଣ୍ଡଳ, ସାଇସୁନୟନା ଭକ୍ତା, ସିପୁନ ବିନ୍ଧାଣି, ଜ୍ୟୋତିପ୍ରକାଶ ଦାସ, କାର୍ତ୍ତିକ ମହାନ୍ତ, ଦେବାଶିଷ କୁଅଁର, ସାଇଗୀତା ଭକ୍ତା ଓ ସିନିଗୋ ମୁର୍ମୁ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ନାଟକ ଆରମ୍ଭ ପୂର୍ବରୁ ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ନିର୍ଦ୍ଦେଶକଙ୍କ ସମେତ ଓ ଆରଡିର ପ୍ରତିଷ୍ଠାତା ସୌମ୍ୟା ସୁଚରିତା ମହାନ୍ତି, ସମ୍ପାଦକ ସାଇପ୍ରକାଶ ମହାନ୍ତି, ଶିକ୍ଷକ ତଥା ଅଭିନେତା ସୋମନାଥ ସିଂହ, ନାଟ୍ୟକାର ଓ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଗିରି ଓ ଆଶିଷ ବସାଙ୍କ ସମେତ ଶ୍ୟାମଳୀ ପଟ୍ଟନାୟକ, ଅଭିରାମ ପରମହଂସ ବେଦ ବେଦାନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିତାଲି ସାମଲ, ଶିକ୍ଷକ ଫୁଲମଣୀ ହେମ୍ବ୍ରମ, ରାକେଶ କୁମାର ସାମଲ, କମ୍ପ୍ୟୁଟର ଶିକ୍ଷକ ଶୁଭସ୍ମିତା ପଣ୍ଡା ତଥା ସ୍ଥାନୀୟ ଅଂଚଳର ଦର୍ଶକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.