
ବ୍ରହ୍ମବରଦା : ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ବହୁ ଦିନର ହୋଇଥିବା ଅନୁମାନ କରାଯାଉଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡ଼ା ନିକଟ ବିଶ୍ଵାଳ ସାହି ନଦୀ କୂଳରେ ମୃତ ମହିଳା ଭାସୁଥିବାର ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ଗୁରୁବାର ଅପରାହ୍ଣରେ ଦୁର୍ଗନ୍ଧ ହେବାରୁ କିଛି ଲୋକ ଖୋଜି ଖୋଜି ଗଳିତ ମୃତଦେହ ଦେଖିଥିଲେ । ଏସମ୍ପର୍କରେ ଖବର ପାଇବା ପରେ ବ୍ରହ୍ମବରଦା ପୁଲିସ ଓ ବରୁଆ ଅଗ୍ନିଶମ ବାହିନୀ ଗଳିତ ମୃତଦେହ ଉଦ୍ଧାର କରିଥିଲେ । ତେବେ ମୃତଦେହ ବହୁ ଦିନର ବୋଲି ଅନୁମାନ କରାଯାଉଛି ।