oom

ମୁରିବାହାଲ ରଥଯାତ୍ରାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ କୋର୍ଟ ଚାଲାଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୁମ୍ଭାରୀ ଗ୍ରାମର ସୁରୁ ଥାଟିଙ୍କ ପୁଅ ବିରଞ୍ଚି ଥାଟି(୨୭) ଗତ ୨୮ତାରିଖ ଦିନ ମୁରିବାହାଲରେ ଅନୁଷ୍ଠିତ ରଥଯାତ୍ରା ଦେଖିବାକୁ ଆସିଥିଲେ । ତାଙ୍କୁ ଘୁଷୁରାମୁଣ୍ଡା ଗ୍ରାମର ରଞ୍ଜନ ମେହେର(୧୮) ଓ ଅନ୍ୟମାନେ ଅଟକାଇ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ । ବିରଞ୍ଚିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଅନ୍ୟମାନେ ଉଦ୍ଧାର କରି ମୁରିବାହାଲ ସିଏଚସିରେ ଭର୍ତ୍ତି କରିଥିବା ବେଳେ ତାଙ୍କ ମୁଣ୍ଡରେ ୩ଟି ଷ୍ଟିଚ୍ ପଡ଼ିଥିଲା । ଏ ନେଇ ବିରଞ୍ଚି ମୁରିବାହାଲ ଥାନାରେ ଏତଲା ଦେବା ପରେ ପୁଲିସ କେଶନ ୧୪୦/୨୫ ରୁଜ୍ଜୁ କରି ଥାନା ଏସଆଇ ଦନାର୍ଦନ ଓରାମ ମାମଲାର ତଦନ୍ତ କରୁଥିଲେ । ଉଭୟ ପକ୍ଷଙ୍କୁ ଥାନାକୁ ଡ଼ାକି ଅଧିକ ତଦନ୍ତ ପରେ ମୁଖ୍ୟ ଆକ୍ରମଣକାରୀ ରଞ୍ଜନ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.