oom

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ବଲାଙ୍ଗିର ୧୧-୦ ଗୋଲରେ ସରକାରୀ ଆଇଟିଆଇ ଦଳକୁ ହରାଇଛି । ଅତିଥି ଭାବେ କ୍ରୀଡା ସଂସଦର କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର ଓ ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଓ ପୂର୍ବତନ ଖେଳାଳି ପ୍ରଦୀପ ମହାରଣା ମଂଚାସିନ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ରାଜେନ୍ଦ୍ର ସେଠ, ବିକି ବିଶି, ଜିତୁ ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ଚନ୍ଦନଭାଟି ବନାମ ପ୍ରୋଗେସିଭ କ୍ଲବ ୨-୨ ଗୋଲରେ ଡ୍ର ରହିଥିଲେ । ଟ୍ରାଇବ୍ରେକର ୩-୧ରେ ଚନ୍ଦନଭାଟି ଦଳ ବିଜୟୀ ହୋଇଛି । ଅତିଥି ଭାବେ ସୁଶ୍ରୀ ଡିପ୍ଲୋମା ଇଞ୍ଜିନିଅରିଂ ଅଧ୍ୟକ୍ଷା ନମିତା ପଟେଲ ଯୋଗ ଦେଇଥିବା ବେଳେ ପୂର୍ବତନ ଖେଳାଳି ଗରୁଡଧ୍ୱଜ ସାଏ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ମଂଚାସିନ ଥିଲେ । ଖେଳକୁ ସଂଜିବ ମହାରଣା, ନିଶାରକାନ୍ତ ନାଗ, ଜ୍ୟୋର୍ତିମୟ ରାଉତ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ନକଟାସର ୧-୦ ଗୋଲରେ ରେଙ୍ଗଟାସିଲକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଗୋପାଳ ପଟେଲ ଓ ରଘୁମଣି ମେହେର ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ଜଳନ୍ଧର ସାହୁ, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଚାନ୍ଦୋତରା ୮-୦ ଗୋଲରେ କେସି ୟୁନାଇଟେଡକୁ ହରାଇ ବିଜୟୀ ହେଲା । ଖେଳକୁ ମଳୟ ଘିଭେଲା, ପ୍ରୀତମ ନାଏକ, ମୋହନ ପ୍ରଧାନୀ, ରାଜେଶ ସ୍ୱାଇଁ ଓ ଧବଳେଶ୍ୱର ଦଳବେହେରା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ୫-୨ ଗୋଲରେ ବୁର୍ଲାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ନବୀନ ବାରିକ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଶ୍ରୀବତ୍ସ ମେହେର, ଡୋଳାମଣି ବଗର୍ତ୍ତି, କୁନ୍ତେ ମେହେର ଓ କୈଳାସ ଚନ୍ଦ୍ର କର୍ତ୍ତି ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବଲାଙ୍ଗିର ପୋଲିସ ଦଳ ୭-୦ ଗୋଲରେ ସଲତରପାଲିକୁ ହରାଇ ବିଜୟୀ ହେଲା । ବୁର୍ଡା ଗ୍ରା.ପ. ସରପଂଚ ସୁଦିପ କୁମାର ସା ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଗୋପାଲ ପ୍ରଧାନ, ଅଞ୍ଜନ ବେସ୍ରା, ପ୍ରଦୀପ ବଗର୍ତ୍ତି ଓ ସୁରେଶ ସାହୁ ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କେଏଫ୍‌ସି କଣ୍ଟାବାଞ୍ଜି ୨-୦ ଗୋଲରେ ବଙ୍ଗୋମୁଣ୍ଡା କୁ ହରାଇ ବିଜୟୀ ହେଲା । ଖେଳକୁ ଆଶିର୍ବାଦ ସା, ଆଶିଷଦେବ ସା, ଅଶ୍ୱିନୀ ଭୁକ୍ତା, ଗୌରହରି ପୁଟେଲ, ଦୁଷ୍ମନ୍ତ ସାହୁ ଓ ସୁନିସ ପ୍ରଧାନୀ ପରିଚାଳନା କରିଥିôଲେ । ଖୁଜେନପାଲି ପଡିଆରେ ସ୍ପୋଟ୍ସର୍ସ ହଷ୍ଟେଲ ବଲାଙ୍ଗିର ୬-୦ ଗୋଲରେ କୁରୁଲକୁ ହରାଇ ବିଜୟୀ ହେଲା । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ପୂର୍ବତନ ଖେଳାଳି ଖଲିଲଉର ରହେମାନ ଓ ଖେଳାଳି ଚୟନ ସଦସ୍ୟ ଶ୍ରୀକାନ୍ତ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ସୁଶାନ୍ତ ନାଗ, ସୁଦର୍ଶନ ସେଠ, ଜ୍ୟୋତି ମହାନନ୍ଦ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.