csstore

ମଠଖାଇ ଷ୍ଟାର୍ କ୍ରିକେଟ ଟୁ‌ର୍ଣ୍ଣାମେଣ୍ଟ ଉଦଯାପିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ବ୍ଲକ୍ ସିକାଛିଡା ପଞ୍ଚାୟତ ଭାନପୁର୍ ଗ୍ରାମରେ ମଠଖାଇ କ୍ଳବ୍ ଓ ଗୋପବନ୍ଧୁ ଯୁବକ ସଂଘ ଭାନପୁର ଆନୁକୁଲ୍ୟରେ ମଠଖାଇ ଷ୍ଟାର୍ କ୍ରିକେଟ ଟୁ‌ର୍ଣ୍ଣାମେଣ୍ଟର ଉଦଯାପନୀ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ତଥା କୋର କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ ଯୋଗଦାନ କରିଥିବା ବେଳେ ଫାଇନାଲ ମ୍ୟାଚ ସାନ୍ତମୁଣ୍ଡା କ୍ରିକେଟ୍ ଓ ଖର୍ଲିକାନି କ୍ରିକେଟ୍ କ୍ଲବ ମଧ୍ୟରେ ହୋଇଥିଲା ।

ଏହି ମ୍ୟାଚରେ ଖର୍ଲିକାନି କ୍ରିକେଟ୍ କ୍ଲବ ୬ ୱିକେଟରେ ବିଜୟୀ ହୋଇଥିଲା । ଏହି ଉଦଯାପନୀ ଦିବସରେ ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ନୂତନ ଭାବେ କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିବା ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ମହାସଚିବ ସୁନିଲ କୁମାର ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ସୁଶିଲ କୁମାର ସାହୁ, ନଗର ସଭାପତି ସନ୍ତୋଷ ସାହୁ, ବ୍ଲକ ସଂଯୋଜକ ପ୍ରହଲ୍ଲାଦ ପ୍ରଧାନ, ସୁମନ୍ତ ମିଶ୍ର, ପାର୍ଥ କର୍ଣ୍ଣ, ନାରାୟଣ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜୁ ନାଏକ, ସୈଳେନ୍ଦ୍ର ନାଏକ, ପୀଙ୍କୁ ମହାକୂର,ସୁମନ୍ତ ମିଶ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.