
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ସିଙ୍ଗିପୁର ଗ୍ରାମବାସୀ । ଦଳିତଙ୍କୁ ଅନ୍ୟାୟ ଅତ୍ୟାଚାର ଏବଂ ଦାଦାବଟି ଆଦୟ ଆରୋପରେ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ଏନେଇ ଗ୍ରାମବାସୀ ଗଞ୍ଜାମ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଥିବା ଜଣାଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନାମ ବଦନାମ୍ କରିବା ପାଇଁ ଏହି ଆଠ ଜଣ ଅଭିଯୁକ୍ତ ଏପରି ଘଟଣା ଘଟେଇ ଥିବା କିଛି ବିଶେଷ ସୁତ୍ରରୁ ଜଣାପଡିଛି । ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକଙ୍କ ସହଯୋଗୀମାନେ ବୋଲି କହି ଆସୁଥିଲେ ।