ସି.ଆର.ପି.ଏଫ୍‌ରେ ଯୋଗଦେବେ କର୍ଲାମୁଣ୍ଡା ଝିଅ ସୌମ୍ୟାରାଣୀ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପାଇଁ ଖୁସିର ଖବର । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସି.ଆର.ପି.ଏଫ୍‌)ରେ ଯୋଗ ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏଇ ବ୍ଲକର ସରଗୁଲ ଗ୍ରାମର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ କନ୍ୟା ସୌମ୍ୟାରାଣୀ ହୋତା । ସେ ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜରୁ ଚଳିତ ବର୍ଷ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ । ଗତ କିଛି ବର୍ଷ ହେଲା ନିୟମିତ ଭାବେ ସକାଳେ ଓ ସନ୍ଧ୍ୟାରେ ଦୌଡିବା ସହ ଯବାନ ହେବାପାଇଁ କଠିନ ପରିଶ୍ରମ କରୁଥିଲେ । ଏଥର ସେ ସି.ଆର.ପି.ଏଫ୍‌ ଯବାନ ହେବାପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ଯବାନ ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.