
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟର ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ କାର ଯୋଗେ ପଥରଚେପା କୃଷିସମାବେଶରେ ଯୋଗଦେବେ । ପରେ ଦିନ ୧.୪୦ରେ ତୁଷୁରା ଏୟାରଷ୍ଟ୍ରିପ ପହଞ୍ଚି ଭୁବନେଶ୍ୱର ଫେରିଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପଥରଚେପା ପଡିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୮ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୮୦ ଜଣ ଅଫିସର ନିୟୋଜିତ ହୋଇଛନ୍ତି । ଏହି ସମାବେଶରେ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲାର ସବୁ ବିଧାୟକ ଉପସ୍ଥିତ ରହିବେ । ପ୍ରାୟ ୨୦ ହଜାର ଚାଷୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଶାସନ ପକ୍ଷରୁ ୧୫ଟି କୃଷିବିଭାଗ, ଉଦ୍ୟାନବିଭାଗ, ଜଳସଂପଦ ବିଭାଗ ତରଫରୁ ଷ୍ଟଲ କରାଯାଇଛି । ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବଲାଙ୍ଗିର ଜିଲ୍ଲାବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଛି ।