oom

ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି । ସହର ଭିତରଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣା ଘଟାଇଥିବା ବେଦାନ୍ତ ଗାଡ଼ିଟି ଟିଟିଲାଗଡ ପଟରୁ ଆସୁଥିବା ବେଳେ ରାତି ପାଖାପାଖି ୩.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡ଼ିଟିର ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିବା ବେଳେ ପରେ ଦୋକାନ ଭିତରକୁ ପଶିଯାଇଥିଲା । ଫଳରେ ବେଦାନ୍ତ ଗାଡ଼ିଟିର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିରୁଚି ଚୁର୍‌ମାର ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁରତ ଅବସ୍ଥାରେ ଉଦ୍ଧାର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି । ଅନ୍ୟପଟେ ରାତିରେ ହେବା ଯୋଗୁଁ ଦୁର୍ଘଟଣାରେ କାହାରି କିଛି ହୋଇନାହିଁ । ଯଦି ସକାଳ ବେଳେ ହୋଇଥାଆନ୍ତା ନିହାତି ଭାବେର ଜୀବନ ଯାଇଥାଆନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ବଲାଙ୍ଗିର ଏତେ ପରିମାଣରରେ ଦୁର୍ଘଟଣାର ବଢିବାର କାରଣ ହେଉଛି, ବାଇପାସ୍‌ ସମସ୍ୟା, ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.