ମୁରିବାହାଲ ବ୍ଲକରେ ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋମବାର ଡଙ୍ଗରପଡ଼ା ପଞ୍ଚାୟତରେ ଅନୁଷ୍ଠିତ ଏହି ବିକାଶ ମେଳାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ ଓ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସରପଞ୍ଚ ରାମଦାସ ମହାକୁର, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ନୋଡାଲ ଅଧିକାରୀ ତଥା ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଦୁର୍ଯ୍ୟୋଧନ ମେହେର, ମଣ୍ଡଳ ସଭାପତି ପ୍ରଦୀପ ବଛା ପ୍ରମୁଖ ଯୋଗଦେଇଥିଲେ । ସେହିପରି ପତ୍ରାପାଲି(କ) ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବରିଷ୍ଠ ନେତା ଶିବାଜୀ ମହାନ୍ତି, ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ଭାରପ୍ରାପ୍ତ ସରପଞ୍ଚ ସନ୍ତୋଷିନୀ ଭୋଇ, ସମିତି ସଭ୍ୟ ସନ୍ୟାସୀ ପୁଟେଲ, ମଣ୍ଡଳ ସଭାପତି ପ୍ରଦୀପ ବଛା, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଗଙ୍ଗାଧର ଛତର, ପିଇଓ କମ୍ବୁଚରଣ ବାଗଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉଭୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଏଡିଇଓ, ଯୋଗାଣ ସହାୟକ, ଏମ୍‌ବିକେ, ସିଆର୍‌ପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.