lika

ତରଭା ବ୍ଳକରେ ୭୨ ତମ ଗଣତନ୍ତ୍ର ଦିବସ ପାଳନ

gbag

ତରଭା, (ଜିତେନ୍ଦ୍ର ସା) : ଆଜି ସବୁସ୍ଥାନ ପରି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ବିଭିନ୍ନ ଅଞ୍ଚଳ ଗୁଡିକରେ କରୋନା କଟକଣା ଭିତରେ ୭୨ ତମ ରାଷ୍ଟ୍ରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ତରଭା ବ୍ଳକ କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ସସ୍ମିତା ମଲ୍ଲିକ, ଆଞ୍ଚଳିକ କଳା କେନ୍ଦ୍ରରେ କେନ୍ଦ୍ରର ସଭାପତି ଶ୍ୟାମ ସୁନ୍ଦର ସାହୁ, ସମ୍ମାନିତ ଅତିଥି ଭାବେ ବିଡ଼ିଓ, ତରଭା AES କଲେଜର ଅଧ୍ୟକ୍ଷ ମିନତି ମିଶ୍ର, ତରଭା ବାଳକ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟଙ୍କ ସହିତ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ । କରୋନା କଟକଣା ଯୋଗୁଁ ବହୁତ କମ୍ ଲୋକଙ୍କୁ ନେଇ ପତକା ଉତ୍ତୋଳନ କରିଥିଲେ । ଅନ୍ୟ ବର୍ଷ ପରି ଏ ବର୍ଷ ପରେଡ୍ ନାହିଁ କି ପଡ଼ିଆ କୌଣସି ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇପାରିଲା ନାହିଁ ।

babaa
Leave A Reply

Your email address will not be published.