oom

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

jsmm

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବେଲଗାଁ ସେକ୍ସନ କେଛୋମୁହାଁଣ ଗାଁର ଚାଷ ଜମି ଉପରେ ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କର୍ଣ୍ଣପାତ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, କେଛୋମୁହାଁଣ ଗ୍ରାମ ତେଲ ନଦୀ ଉପରେ ୩ଟି ଉଠାଜଳ ସେଚନ ପ୍ରକଳ୍ପ ରହିଛି । ୨ ନମ୍ବର ଉଠାଜଳ ସେଚନ ପ୍ରକଳ୍ପକୁ ସଂଯୋଗ କରୁଥିବା ବିଦ୍ୟୁତ୍ ଖୁଣ୍ଟ ଦୀର୍ଘ ୩ ବର୍ଷ ତଳେ ନଇ ବଢ଼ିରେ ଢଳି ପଡ଼ିଥିଲା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନେ ସଜାଡି ନଥିଲେ । ଯାହା ଫଳରେ ଚଳିତ ବର୍ଷ ରବି ଋତୁରେ ଧାନ ଚାଷ କରି ନପାରି ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବାଧ୍ୟ ହୋଇ ଚାଷୀମାନେ ବାଉଁଶ ବାଡ଼ି ସାହାଯ୍ୟରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାରକୁ ବାନ୍ଧି ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଶୀଘ୍ର ସଜାଡ଼ିବାକୁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.