
- ସିଏସଆଇଆର– ଆଇଏମଏମଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ
ନୂଆଦିଲ୍ଲୀ, (ପିଆଇବି) : ସିଙ୍ଗାରେନି କୋଲିୟାରିଜ୍କମ୍ପାନୀଲିମିଟେଡ୍ (ଏସସିସିଏଲ୍) ଏକ ପ୍ରମୁଖ ଜାତୀୟ ସ୍ତରୀୟ ଗବେଷଣା ସଂଗଠନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)- ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଏମଏମଟି), ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରି ଗୁରୁତ୍ୱ ପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ୱ ପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ବୁଝାମଣା ପତ୍ର ଅନୁସନ୍ଧାନ, ବୈଜ୍ଞାନିକ ଗବେଷଣା, ଉନ୍ନତ ପ୍ରଯୁକ୍ତିର ପ୍ରୟୋଗ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ ଏବଂ ପରିବେଶ ଅନୁକୂଳ ଖନନ ପଦ୍ଧତି ଗ୍ରହଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଲକ୍ଷ୍ୟ ରଖିକରାଯାଇଛି । ବୁଝାମଣା ପତ୍ର ସ୍ଵାକ୍ଷର ହେବା ଅବସରରେ ଭୁବନେଶ୍ୱରସ୍ଥିତ ସିଏସଆଇଆର– ଆଇଏମଏମଟି କାର୍ଯ୍ୟାଳୟରେ ଉଭୟ ସଂଗଠନର ପ୍ରତିନିଧିମାନେ ଉପସ୍ଥିତଥିଲେ । ଏହି ଅବସରରେ ଏସସିସିଏଲ୍ର ସିଏମଡିଶ୍ରୀଏନ. ବଳରାମ କହିଛନ୍ତିଯେ, ଏହାଗୁରୁତ୍ୱ ପୂର୍ଣ୍ଣ ଖଣିଜକ୍ଷେତ୍ର ରେ ସିଙ୍ଗାରେନିର ପାଦଚିହ୍ନ ବିସ୍ତାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ନୀତି ଆୟୋଗର ସଦସ୍ୟ ଏବଂ ଡିଆରଡିଓର ପୂର୍ବତନ ଡିଜି ପଦ୍ମଭୂଷଣ ଡକ୍ଟରଭି. କେ. ସାରସ୍ୱତଙ୍କ ସହିତ ସିଏସଆଇଆର– ଆଇଏମଏମ ଟି ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଉଭୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏବଂ ଏସସିସିଏଲ୍ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଶ୍ରୀଏନ. ବଳରାମଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଶ୍ରୀଏନ. ବଳରାମ କହିଥିଲେଯେ, କମ୍ପାନୀର ବ୍ୟବସାୟ ବିବିଧତାର ଏକ ଅଂଶଭାବରେ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସସିସିଏଲ୍ଗୁରୁତ୍ୱପୂର୍ଣ୍ଣ ଖଣିଜକ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଫଳରେ ଏହି ବୁଝାମଣା ପତ୍ର ଏକ ଗୁରୁତ୍ୱ ପୂର୍ଣ୍ଣ ମାଇଲଖୁଣ୍ଟ ପାଲଟି ଯାଇଛି । ସେ ଗୁରୁତ୍ୱା ରୋପ କରିଥିଲେ ଯେ, ସିଏସଆଇଆର– ଆଇଏମଏମଟି ସହିତ ମିଳିତ ସହଯୋଗ ଏସସିସିଏଲ୍ର ଖଣିକ୍ଷେତ୍ରରେ ଉପସ୍ଥିତ ଗୁରୁତ୍ୱ ପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଉତ୍ପାଦନ ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗକୁ ସହଜ କରିବ । ସିଏସଆଇଆର– ଆଇଏମଏମଟି ଏହି କ୍ଷେତ୍ରରେ ଏସସିସିଏଲ୍ର ପ୍ରସ୍ତାବିତ ପଦକ୍ଷେପ ଗୁଡ଼ିକୁ ସମ୍ପୂର୍ଣ୍ଣ ବୈଷୟିକ ସହାୟତା ପ୍ରଦାନକରିବ ଏବଂ ଚୁକ୍ତି ନାମାରେ ଉଲ୍ଲେଖ କରାଯାଇଥିବା ପରି ଉତ୍ପାଦନ ପ୍ରକ୍ରିୟା ସମୟରେ ପରିବେଶ ଦୃଷ୍ଟିକୋଣରୁ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସୁନିଶ୍ଚିତ କରିବ । ଶ୍ରୀ ବଳରାମ ଉଲ୍ଲେଖ କରିଛନ୍ତି ଯେ, ପ୍ରାରମ୍ଭିକ ଅଧ୍ୟୟନ ଗୁଡ଼ିକ ଏସସିସିଏଲ୍ର କିଛି ଖୋଲା କାଷ୍ଟ ଖଣିରେ ଏବଂ ସିଙ୍ଗାରେନି ଥର୍ମାଲପାୱାର ଷ୍ଟେସନ (ଏସଟିପିପି)ରୁ ଉତ୍ପାଦିତ ଫ୍ଲାଏ ଆଶ୍ରେମଧ୍ୟ ବିରଳ ମୃତ୍ତିକା ଉପାଦାନ (ଆରଇଇ) ର ଉପସ୍ଥିତି ନିଶ୍ଚିତ କରିଛି । ସେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସଆଇ) ର ଏକ ଅଧ୍ୟୟନକୁ ମଧ୍ୟ ଉଦ୍ଧୃତ କରିଛନ୍ତି, ଯା ହାମାନୁଗୁରୁ ନିକଟସ୍ଥ ଦୁର୍ଗମ ଗୁଟ୍ଟା ବ୍ଲକରେ ହାରାହାରି ୨୬୬.୨୧ ପିପିଏମ୍ଆର ଇଇନିଶ୍ଚିତ କରିଛି । ସେ କହିଛନ୍ତି ଯେ, ଏସସିସିଏଲ୍ବର୍ତ୍ତ ମାନ ଉପଲବ୍ଧ ଆରଇଇ ଗୁଡିକରୁ ଗୁରୁତ୍ୱ ପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ, ଏବଂଆଇଏମଏମଟିଦ୍ୱାରା ପୂର୍ବରୁ ଯେଉଁ ପ୍ରାରମ୍ଭିକ ଯାଂଚ ହୋଇଛି, ସେଥିରେଫ୍ଲାଏଆଶ୍, କୋଇଲା ଏବଂ ଇଣ୍ଟର ସିମ୍ମାଟିରେ ଆରଇଇ ଗୁଡିକର ଉପସ୍ଥିତି ଚିହ୍ନଟ କରାଯାଇଛି । ତେଣୁ, ଏହି ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଆ ଇଏମଏମଟି ସହିତ ଏକ ଆନୁଷ୍ଠାନିକ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇଥିଲା ଏସସିସିଏଲ୍ ୬ ଟି ହାଲୁକା ବିରଳ ମୃତ୍ତିକା ଉପାଦାନ (ଲାନ୍ଥାନମ୍, ସେରିୟମ୍, ପ୍ରେଜୋଡିମିୟମ୍, ଇତ୍ୟାଦି) ଏବଂ ୮ ଟି ଭାରୀ ବିରଳ ମୃତ୍ତିକା ଉପାଦାନ (ୟିଟ୍ରିୟମ୍, ସ୍କାଣ୍ଡିୟମ୍, ଡିସପ୍ରୋଜିୟମ୍, ଇତ୍ୟାଦି) ସମେତ ୧୪ ପ୍ରକାରର ଖଣିଜ ପଦାର୍ଥର ଉପସ୍ଥିତି ଚିହ୍ନଟକରିଛି । ଏହି ଉପାଦାନ ଗୁଡ଼ିକ ସହିତ ଜଡିତ ଅଧିକ ଅଧ୍ୟୟନ, ମୂଲ୍ୟାଙ୍କନ ଏବଂ ଉତ୍ପାଦନ ପ୍ରକ୍ରିୟା ଏବେ ଆଇଏମଏମଟିର ସହାୟତାରେ କରାଯିବ । ସିଏମଡି ଶ୍ରୀ ବଳରାମ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏସସିସିଏଲ୍ଆର ଇଇଉତ୍ପାଦନ ସମ୍ପର୍କରେ ଅଷ୍ଟ୍ରେଲିଆ ସହିତ ଆଲୋଚନା ଆରମ୍ଭ କରିଛି ଏବଂ ସେହି ଉଦ୍ୟମରେ ଆଇଏମଏମଟିର ବିଶେଷଜ୍ଞତାକୁ ମଧ୍ୟ ବ୍ୟବହାର କରିପାରେ । ସେ ଉଲ୍ଲେଖ କରିଛନ୍ତିଯେ, ଭାରତ ସରକାର ଗୁରୁତ୍ୱ ପୂର୍ଣ୍ଣ ଖଣିଜ ପଦାର୍ଥର ଘରୋଇ ଉତ୍ପାଦନକୁ ସର୍ବାଧିକ ପ୍ରାଥମିକତା ଦେବାସହିତ, ଏସସିସିଏଲ୍ଏହିକ୍ଷେତ୍ରରେ ଅନେକ ସମ୍ଭାବ୍ୟ ବ୍ଲକ ବିକାଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସିଏସଆଇଆର–ଆଇଏମଏମଟି ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ କହିଛନ୍ତି ଯେ ଏସସିସିଏଲ୍ସହିତ ଏହି ବୁଝାମଣା ପତ୍ର ଏକ ବୃହତ ଜାତୀୟ ଲକ୍ଷ୍ୟ ସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ । ଏହି ବୁଝାମଣା ପତ୍ରରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷର କରିଥିଲେ : ଡକ୍ଟର କାଳି ସଞ୍ଜୟ, ମୁଖ୍ୟ ବୈଜ୍ଞାନିକ ଏବଂ ମୁଖ୍ୟ, ହାଇଡ୍ରୋ ଏବଂ ଇଲେକ୍ଟ୍ରୋମେଟାଲର୍ଜିବିଭାଗ, ସିଏସଆଇଆର– ଆଇଏମଏମଟି ବି. ଶ୍ରୀନିବାସ, ମହାପ୍ରବନ୍ଧକ (ଅନୁସନ୍ଧାନ), ଏସସିସିଏଲ୍ଶ୍ରୀ ଭି. ରାମଦାସ, ମହାପ୍ରବନ୍ଧକ (ବିଡିଏବଂଏସପି), ଏସସିସିଏଲ୍ଉ ପସ୍ଥିତ ଅନ୍ୟାନ୍ୟ ଗଣ୍ୟ ମାନ୍ୟବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀଏଲ୍. ଭି. ସୂର୍ଯ୍ୟନାରାୟଣ, ନିର୍ଦ୍ଦେଶକ (ସଂଚାଳନ), ଏସସିସିଏଲ୍, ସୁଜୟ ମଜୁମଦାର, ଜିଏମ୍, ନୈନିକ୍ଷେତ୍ର, ଏବଂଉଭୟ ପ୍ରତିଷ୍ଠାନର ବରିଷ୍ଠ
ଅଧିକାରୀମାନେ ସାମିଲଥିଲେ ।