ତୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ତୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ତୁଙ୍ଗୁରିପାଲି କୁଶଳେଶ୍ବର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ର ଛାତ୍ରୀଙ୍କ ଏକ ବୈଠକ ବିଦ୍ୟାଳୟ ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ମୋ ସ୍କୁଲ କମିଟି ସଭାପତି ତଥା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁସୂଦନ ଓ ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା । ପ୍ରଧାନଶିକ୍ଷକ ଅଚ୍ୟୁତ ଛତ୍ର ବୈଠକର ଉଦ୍ଦେଶ୍ୟ ତଥା ମୋ ସ୍କୁଲ କାର୍ୟ୍ୟକ୍ରମର କାର୍ୟ୍ୟକାରୀତାର ବିବରଣୀ ଉପସ୍ଥାପନ କରିଥିଲେ। ବରିଷ୍ଠ ଶିକ୍ଷକ ବାବୁଲାଲ ସାହୁ ବିଦ୍ୟାଳୟରେ ଏହି କାର୍ୟ୍ୟକ୍ରମର ସଫଳ ରୂପାୟନର ଏକ ଯୋଜନା ପ୍ରସ୍ତାବନା ଦେଇଥିବା ବେଳେ ପୂରାତନ ଛାତ୍ର ଅବସର ପ୍ରାପ୍ତ ବିରଞ୍ଚି ନାରାୟଣ ଷାଣ୍ଢ, ବରିଷ୍ଠ କୃଷି ଅଧିକାରୀ ପଙ୍କଜ କୁମାର ମେହେର, ସୁପର୍ କ୍ଲାସ୍ ଠିକାଦାର ନନ୍ଦଲାଲ ପୁରୋହିତ, ମୋ ସ୍କୁଲ ଅଭିଯାନ ବ୍ଲକ ପ୍ରଚାର କମିଟି ସଭ୍ୟ ଅମ୍ବୁଜ ବିହାରୀ ଶତପଥୀ, ଶିକ୍ଷକ ଅଲେଖ ସାହୁ ଓ ବନବାସ ମେହେର ପ୍ରମୁଖ ଏଇ ଅଭିଯାନର ସଫଳତା ପାଇ ସୁଚିନ୍ତିତ ଦିଗଦର୍ଶନ ପ୍ରଦାନ କରିଥିଲେ । ଉପସ୍ଥିତ ପୂରାତନ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ ସହ ଏକ ସମୃଦ୍ଧ ବିଦ୍ୟାଳୟର ‌ସ୍ୱ‌ପ୍ନକୁ ସାକାର କରିବା ପାଇଁ ମୋ ସ୍କୁଲ ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ପ୍ରତିବଦ୍ଧ ହୋଇଥିଲେ । ମୋ ସ୍କୁଲ ପାଣ୍ଠି ପାଇ ବୈଠକରେ ତିରିଶ ହଜାର ଟଙ୍କାର ସଙ୍ଗୃହିତ ହେବା ସଙ୍ଗେ ସଙ୍ଗେ ଆହୁରି ଲକ୍ଷାଧିକ ଟଙ୍କା ଜମା କରିବା ପାଇଁ ଉପସ୍ଥିତ ସଭ୍ୟ ସଭ୍ୟାମାନେ ପ୍ରକାଶ କରିଥିଲେ । ଏହି ଅଭିଯାନରେ ଆହୁରି ଅଧିକ ପୂରାତନ ଛାତ୍ରଛାତ୍ରୀଙ୍କୁ ସଂଲଗ୍ନ କରିବା ପାଇ ଓ ଆଗାମୀ ମାସରେ ଏକ ବୃହତ୍ତର ପୂରାତନ ଛାତ୍ରଛାତ୍ରୀ ସମ୍ମିଳନୀ ଆୟୋଜନ ପାଇଁ ସଭାରେ ପ୍ରସ୍ତାବ ଗୃହିତ ହୋଇ ଥିଲା । ଶେଷରେ ମୋ ସ୍କୁଲ କମିଟି ସଂପାଦକ ଲୋକନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.