ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ମହୋତ୍ସବ ସମ୍ପର୍ଣ୍ଣ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବିଏସ୍‌ଏସ୍‌ ପକ୍ଷରୁ ୩୭ତମ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି । ଶ୍ରୀ ଶ୍ରୀ ସିର୍ଦ୍ଦେଶ୍ୱର ବାବା ମାତା ପାର୍ବତୀଙ୍କୁ ମହାଆଡମ୍ବରରେ ନେଇ ଫେରିଛନ୍ତି । ଏବିଏସ୍‌ଏସର ଏହି ଯାତ୍ରାରେ ଅନେକ ନୂଆ ଆକର୍ଷଣ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ମା’ କାଳି ନୃତ୍ୟ, ବାଘ ନୃତ୍ୟ, କଳିଙ୍ଗ ନୃତ୍ୟ, ଘୁମୁରା ନୃତ୍ୟ, ହନୁମାନ, ଦୁଲଦୁଲି, ରେକର୍ଡ ଡ୍ୟାନ୍ସ, ଡିଜେ, କିର୍ତ୍ତନ, ଘଣ୍ଟବାଦ୍ୟ, ପ୍ରଭୁ ଜଗନ୍ନାଥଙ୍କ ମେଢ, ଶିବ ତାଣ୍ଡବ ଆଦି ରହିଥିବା ବେଳେ ଗରିଲା ଡ୍ୟାନ୍ସ ଦର୍ଶକମାନଙ୍କୁ ବେଶ ମୋହିତ କରିଥିଲା । ଏବିଏସ୍‌ଏସ୍‌ ର ଏହି ମେଢ ସହର ପରିକ୍ରମା କରି ଦେବା ଦେବଙ୍କ ମନ୍ଦିରଙ୍କୁ ଫେରିଥିଲେ । ଦିନ ଘ.୧୨.୩୦ମି.ରେ ମହାଦେବ ଓ ମାତା ପାର୍ବତୀ ନୃସିଂହ ମନ୍ଦିରକୁ ପ୍ରବେଶ କରିଥିଲେ । ହଜାର ହଜାର ଦର୍ଶକ ଏହି ମହୋତ୍ସବରେ ସାମିଲ ଥିଲେ । ଏବିଏସ୍‌ଏସ୍‌ ପକ୍ଷରୁ ସଭାପତି ସମୀର ସାହାଣି, ଉପ-ସଭାପତି ଅନାଦି ପଟ୍ଟନାୟକ, ସମ୍ପାଦକ ବଣ୍ଟି ମିଶ୍ର, ବୁଭୁ, ବିକି, ବବଲୁ, ଲଳିତ ପୁଝାରୀ, ବଳ, ପିଙ୍କୁ, ଚନ୍ଦନ, ପେଟୁ, ସତିଶ, ପ୍ରହଲ୍ଲାଦ ଦର୍ଜୀ, ସୁନିଲ ମିସ୍ତ୍ରୀ ସମେତ ପଡାବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.